Latest Odisha News

BREAKING NEWS

୨୭ ଦିନରେ ଏଭେରେଷ୍ଟର ଉଚ୍ଚତା ମାପିଲା ଚୀନ

ବେଜିଂ: କରୋନା ମହାମାରୀରୁ ମୁକୁଳିବା ପାଇଁ ସାରା ବିଶ୍ୱ ଏବେ ଚେଷ୍ଟା ଚଳାଇଛନ୍ତି । ତେବେ ଏହାର ଉତ୍ପତି ସ୍ଥଳ ଚୀନରେ କିନ୍ତୁ ସ୍ଥିତି ସାଧାରଣ ହେବାରେ ଲାଗିଛି । ଇତି ମଧ୍ୟରେ ଚୀନ ଏଭେରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଛି । ନେପାଳ ଦ୍ୱାରା କରାଯାଇଥିବା ମାପ ତୁଳନାରେ ଏହାର ଉଚ୍ଚତା ୩.୭ ମିଟର କମ୍ ରହିଛି । ଏଭେରେଷ୍ଟ ଶୃଙ୍ଗର ଉଚ୍ଚତା ୮୮୪୮.୩ ମିଟର ଚୀନ ଦର୍ଶାଇଛି ।

ଏହାର ୮ ଜଣିଆ ସର୍ଭେ ଟିମ୍ ତିଦ୍ଦତ ରାସ୍ତା ଦେଇ ଏଭେରେଷ୍ଟ ଆରୋହଣ କରିଥିଲେ । ଶିଖରରେ ୧୫୦ ମିନିଟ ରହିବା ସହ ସର୍ଭେ ମାର୍କ ଲଗାଇଥିଲେ । ଏଥିପାଇଁ ଟିମକୁ ୨୭ ଦିନ ସମୟ ଲାଗିଥିଲା । ୧୯୭୫ରେ ପ୍ରଥମ ଥର କରାଯାଇଥିବା ମାପରେ ଏହା ୮୮୪୮.୧୩ ମିଟର ଦର୍ଶା ଯାଇଥିଲା । ପରେ ୨୦୦୫ରେ ଏହାର ଉଚ୍ଚତା ୮୮୪୪.୪୩ ମିଟର ମପା ଯାଇଥିଲା ।

Leave A Reply

Your email address will not be published.