Latest Odisha News

BREAKING NEWS

ଜାମିଆରେ ପୁଣି ହିଂସା; ପୁଲିସ-ଛାତ୍ର ମୁହାଁମୁହିଁ

ନୂଆଦିଲ୍ଲୀ: ଜାମିଆ ମିଲିୟା ଇସଲାମିଆର ଛାତ୍ରମାନେ ଆଜି ନାଗରିକତା ଆଇନ ବିରୁଦ୍ଧରେ ମୋର୍ଚ୍ଚା ବାହାର କରିଥିଲେ । ଏହି ସମୟରେ ପୁଲିସ-ଛାତ୍ର ମୁହାଁମୁହିଁ ହୋଇଛନ୍ତି । ଏହି ହିଂସାରେ କିଛି ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ଛାତ୍ରମାନେ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲାବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଅଟକାଇଥିଲା । ପୁଲିସ ଛାତ୍ରମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆସିଛି ।

ଜାମିଆର ଜଣେ ଛାତ୍ରୀ ଅଭିଯୋଗ ଆଣିଛନ୍ତି କି, ତାଙ୍କ ଉପରେ ମହିଳା ପୁଲିସକର୍ମୀ ଆକ୍ରମଣ କରି ତାଙ୍କ ବୁର୍କା ଓହ୍ଲାଇ ଫିଙ୍ଗି ଦେଇଥିଲେ । ସେପଟେ ଦିଲ୍ଲୀରେ ସିଏଏ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବାହାରିଥିବା ଛାତ୍ରଙ୍କ ଉପରେ ଲାଠିଚାର୍ଜ ଅତ୍ୟନ୍ତ ଦୁଃଖଦ ବୋଲି ସମାଜବାଦୀ ପାର୍ଟିର ଜଣେ ଅଧିକାରୀ କହିଛନ୍ତି ।

ଏପର୍ଯ୍ୟନ୍ତ ଜାମିଆର ପ୍ରଦର୍ଶନକାରୀ ଆନ୍ଦୋଳନରୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି । ପାଖାପାଖି ୨୦୦ ପ୍ରଦର୍ଶନକାରୀ ଏବେ ବି ଜିଦରେ ଅଟଳ ଅଛନ୍ତି । ପୁୁଲିସ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ପୁଲିସର କହିବାନୁସାରେ, ତାଙ୍କ ତରଫରୁ କୌଣସି ଲାଠିଚାର୍ଜ ହୋଇ ନାହିଁ ।

Leave A Reply

Your email address will not be published.