Latest Odisha News

BREAKING NEWS

ଆକାଶ ମାର୍ଗରୁ ବାତ୍ୟା ‘ଅମ୍ଫାନ୍‌’ ପ୍ରଭାବିତ ଜିଲ୍ଲା ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ଅମ୍ଫାନ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆଜି ଅପରାହ୍ନରେ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି ।

ବାତ୍ୟା ଅମ୍ଫାନ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟ କିପରି ଭାବେ ଚାଲିଛି ଏବଂ ଏହି ବାତ୍ୟା ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି ତାହାର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବାତ୍ୟାରେ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ଚାଷଜମି ଗୁଡ଼ିକରେ ଫସଲ ନଷ୍ଟ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଓଡ଼ିଶା ଉପକୂଳରେ ଏହି ବାତ୍ୟାର ପ୍ରକୋପ ଯୋଗୁଁ ୧୨ଟି ଜିଲ୍ଲାକୁ ପ୍ରଭାବିତ କରିଥିଲା ।

ଅଧିକ ପଢନ୍ତୁ: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ମୁକାବିଲା ନେଇ ଓଡ଼ିଶାକୁ ମୋଦୀଙ୍କ ପ୍ରଶଂସା

ଶୁକ୍ରବାର ସକାଳ ସୁଦ୍ଧା ରାସ୍ତା ସଫା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ବାତ୍ୟାରେ ନଷ୍ଟ ହୋଇଥିବା ଭିତ୍ତିଭୂମି ତ୍ୱରିତ ଗତିରେ ସଜାଡ଼ିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସେସୁ ଅଧିନରେ ଥିବା ଅଞ୍ଚଳ ଗୁଡ଼ିକରେ ବିଜୁଳି ସରବରାହ ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଏବଂ ନେସ୍କୋ ଅଧିନରେ ରହିଥିବା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଥିବା ବିଜୁଳି ସରବରାହ ପୁନରୁଦ୍ଧାର କାର୍ଯ୍ୟ ୭୨ ଘଣ୍ଟା ମଧ୍ୟରେ ସାରିବା ନେଇ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଭିନ୍ନ ଉପକରଣ ଗୁଡ଼ିକ ମଧ୍ୟ ନିୟୋଜିତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଆସନ୍ତା ୩ ଦିନ ମଧ୍ୟରେ ଏହି ବାତ୍ୟାରେ ସମସ୍ତ ଫସଲ କ୍ଷୟକ୍ଷତିର ଆକଳନ କରାଯିବ ଏବଂ ବାତ୍ୟାରେ କେତେ ଘର ନଷ୍ଟ ହୋଇଛି ସେ ସମ୍ପର୍କରେ ଆସନ୍ତା ସପ୍ତାହକ ମଧ୍ୟରେ ଆକଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ରାଜ୍ୟର ୮୯ଟି ବ୍ଲକରେ ଥିବା ୪୪ ଲକ୍ଷ ଜନସାଧାରଣ ଏହି ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.