Latest Odisha News

BREAKING NEWS

ମୁମ୍ବାଇ: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇଠାରେ ଅନୁଷ୍ଠିତ ହୋଇଥିବା ଏକ ପୁଞ୍ଜି ନିବେଶକ ସମ୍ମିଳନୀରେ କହିଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ରହିଛି ବୋଲି ଏହି ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା ନଭେମ୍ବର ମାସରେ ଓଡ଼ିଶାରେ ଅନୁଷ୍ଠିତ ହେଉଛି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ । ଆଜି ମୁମ୍ବାଇ ସହରରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ନେଇ ଏକ ରୋଡ୍ ଶୋ’ ମଧ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିବେଶକମାନଙ୍କ ସମ୍ମିଳନୀରେ ଉଦବୋଧନ ଦେଇ ନିବେଶକମାନଙ୍କୁ କହିଛନ୍ତି, “ଓଡ଼ିଶା ରାଜ୍ୟରେ ପୁଞ୍ଜିନିବେଶ ଲାଗି ବିପୁଳ ପରିମାଣର ଅନୁକୂଳ ବାତାବରଣ ରହିଛି, ଏଠାରେ ପୁଞ୍ଜିନିବେଶ କଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା କରାଯିବ” ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ, ପ୍ରଥମ କନକ୍ଲେଭରେ ଓଡ଼ିଶାରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ନେଇ ନିବେଶକକାରୀମାନେ ଇଛା ପ୍ରକଟ କରିଥିଲେ । ତେବେ ୬୫ ପ୍ରତିଶତ ପ୍ରକଳ୍ପ ବିଭିନ୍ନ ସ୍ତରରେ ଆଗେଇ ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଆୟୋଜିତ ହେଉଛି । ଏହି କନକ୍ଲେଭର ଥିମ୍ ରହିଛି ‘ଆଇ ଏମ ଓଡ଼ିଶା’ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ମଧ୍ୟ କହିଛନ୍ତି, ‘ଆଇ ଏମ ଓଡ଼ିଶା’ ଲୋକମାନଙ୍କ ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ଯେଉଁଥିରେ କି ‘ଫ୍ୟୁଚର୍ ଅଫ ଓଡ଼ିଶା’ କୁ ଦୃଷ୍ଟିପାତ କରିପାରିବେ ।

Leave A Reply

Your email address will not be published.