Latest Odisha News

BREAKING NEWS

ସାଢ଼େ ୪ କୋଟି ଓଡ଼ିଆଙ୍କ ପାଖରେ ମୁଁ ଋଣି: ମୁଖ୍ୟମନ୍ତ୍ରୀ

କଟକ: ଆଜି ହେଉଛି ମହାନା ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ କଟକ ବାଲିଯାତ୍ରା ପଡିଆରେ ମେଗା ସମାବେଶ ହୋଇଛି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏସ୍‌ସିବି ମେଡିକାଲର ନବକଳେରବର ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆ ପାଖରେ ମୁଁ ଋଣି ।
ଆପଣମାନଙ୍କ ଯୋଗୁଁ ୨୦ ବର୍ଷ ଧରି ସେବା କରିପାରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆହୁରି କହିଛନ୍ତି ଯେ, କଟକ ସହ ତାଙ୍କ ପରିବାରର ନିବିଡ ସମ୍ପର୍କ ରହିଛି । ବିଜୁ ବାବୁ ଜନ୍ମ ଦନରେ ଭିତ୍ତି ପ୍ରସ୍ତର ସ୍ଥାପନ କରି ମୁଁ ବହୁତ ଖୁସି । ଏସ୍‌ସିବିକୁ ବିଶ୍ୱସ୍ତରୀୟ କରାଯିବ । ଲୋକଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି । ଏସସିବି ଭିତ୍ତିଭୂମିର ବିକାଶ ଜରୁରୀ ବୋଲି କହିଛନ୍ତି ନବୀନ ।

Leave A Reply

Your email address will not be published.