Latest Odisha News

BREAKING NEWS

ଦିଲ୍ଲୀ ହିଂସାରେ ବିଏସଏଫ କନେଷ୍ଟବଳଙ୍କ ଘର ପୋଡି ଘଟଣା: ୧୦ ଲକ୍ଷର କ୍ଷତିପୂରଣ ଘୋଷଣା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ କ୍ଷତିଗ୍ରସ୍ତ ବିଏସଏଫ କନେଷ୍ଟବଳ ମହମ୍ମଦ ଅନିସଙ୍କୁ ୧୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ଦିଲ୍ଲୀର ସାଂପ୍ରଦାୟିକ ହିଂସାରେ ତାଙ୍କ ଘର ପୋଡି ଦିଆଯାଇଥିଲା । ଏଥିରେ ତାଙ୍କ ପରିବାର ସଦସ୍ୟ ସୁରକ୍ଷିତ ଅଛନ୍ତି, କିନ୍ତୁ ତାଙ୍କ ଘର ଜଳି ନଷ୍ଟ ହୋଇଯାଇଛି ।

୨୯ ବର୍ଷୀୟ କନେଷ୍ଟବଳ ମହମ୍ମଦ ଅନିସ ମାଲକାନଗିରିର ମାଓ ପ୍ରଭାବିତ ଅଂଚଳରେ ୯ମ ବାଟାଲିୟନରେ କାର୍ଯ୍ୟରତ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବିଜ୍ଞପ୍ତିରେ କୁହାଯାଇଛି କି, ବିଏସଏଫର ଏହି ବାଟାଲିୟନ ସ୍ୱାଭିମାନ ଅଂଚଳର ସମଗ୍ର ସୁରକ୍ଷାର ଦାୟିତ୍ୱ ନେଇଛି । ଯେଉଁଥିରେ ମାଲକାନଗିରିର ଗୁରୁପ୍ରିୟା ସେତୁ ମଧ୍ୟ ସାମିଲ ଅଛି । ଏହି ଘଟଣା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ବହୁତ ଦୁଃଖିତ ଓ ସେ ବିଏସଏଫ କନେଷ୍ଟବଳ ଅନିସଙ୍କ ସହ କଥା ମଧ୍ୟ ହୋଇଛନ୍ତି ।

ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଅନିସ ଏହାକୁ ବିବାହର ଉପହାର ସ୍ୱରୂପ ଗ୍ରହଣ କରିବେ । ସେ ଅତିଶୀଘ୍ର ଦିଲ୍ଲୀ ଯିବେ ଓ ନିଜ ପରିବାର ସଦସ୍ୟଙ୍କ ସହ ବିବାହର ପ୍ରସ୍ତୁତି କରିବେ ।

Leave A Reply

Your email address will not be published.