ଥାଇଲାଣ୍ଡରେ ମାଙ୍କଡଙ୍କ ଦ୍ୱାରା ନଡିଆ ତୋଳିବା ନେଇ ବିବାଦ ବଢ଼ିଲା, ବ୍ରିଟେନରେ ଉତ୍ପାଦ ଉପରେ କଟକଣା

ବ୍ୟାଙ୍କକ:ଦକ୍ଷିଣ ଥାଇଲାଣ୍ଡରେ ସ୍ଥାନୀୟ ବାସିନ୍ଦାମାନେ ମାଙ୍କଡଙ୍କୁ ବ୍ୟବହାର କରି ଗଛରୁ ନଡିଆ ତୋଳିଥାନ୍ତି । ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ସେଠାକାର ଲୋକେ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ । ଏବେ ପିପୁଲ୍ସ ଫର ଏଥିକାଲ ଟ୍ରିଟମେଂଟ ଅଫ ଆନିମଲ୍ସ (ପେଟା) ଏ ନେଇ ଏକ ଦୁଃଖଦ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ମାଙ୍କଡମାନେ କିପରି ଯନ୍ତ୍ରଣା ପାଉଛନ୍ତି ତାହା ତଥ୍ୟ ସହ ଉପସ୍ଥାପନ କରାଯାଇଥିଲା । ରିପାର୍ଟ ପ୍ରକାଶ ପାଇବା ବ୍ରିଟେନରେ ଏଥିନେଇ ତୀବ୍ର ବିରୋଧଭାଷ ସୃଷ୍ଟି ହେଲା । ରବିବାରଠାରୁ ସୁପରମାର୍କେଟ ଗୁଡିକାରେ ଥାଇଲାଣ୍ଡରୁ ଆସୁଥିବା ନଡିଆ ଉତ୍ପାଦ ଉପରେ କଟକଣା ଲଗାଯାଇଛି । ବ୍ରିଟିଶ ବ୍ୟବସାୟୀଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ତେବେ ଥାଇଲାଣ୍ଡର ଏହି ସୁବିଧାବାଦୀ ଲୋକମାନେ ସୁଧୁରୁଛନ୍ତି କି ନାହିଁ ତାହା ଦେଖିବା କଥା ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.