Latest Odisha News

BREAKING NEWS

ମହାକାଶରେ ରଙ୍ଗବେରଙ୍ଗ ପରିବେଶ ସୃଷ୍ଟି କରି ପୃଥିବୀ ଅତିକ୍ରମ କରିବ ଧୂମକେତୁ

ନୂଆଦିଲ୍ଲୀ: ଅନ୍ତରୀକ୍ଷର ଏକ ଅଦ୍ଭୁତପୂର୍ଣ୍ଣ ଦୃଶ୍ୟ ବୁଧବାର (ମେ ୧୩)ରେ ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ମହାକାଶରେ ରଙ୍ଗବେରଙ୍ଗ ପରିବେଶ ସୃଷ୍ଟି କରି କମେଟ ସ୍ୱାନ (ଏକପ୍ରକାର ଧୂମକେତୁ) ପୃଥିବୀ ଅତିକ୍ରମ କରିବ । ଏହା ପ୍ରାୟ ୮.୩୩ କିଲୋମିଟର ଦୂରରେ ପୃଥିବୀ ପାଖ ଦେଇ ଯିବ । ଏହା ପରେ ୨୩ ମେ ରେ ମଧ୍ୟ ଆଉ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ।

କମେଟ ଆଟାଲାସ ଏହି ଦିନ ପୃଥିବୀ ପାଖ ଦେଇ ଯିବ । ୧୧ ଏପ୍ରିଲରେ ଧୂମକେତୁ ସମ୍ପର୍କରେ ମାଇକେଲ ମାଟିୟାଜୋ ତଥ୍ୟ ପ୍ରଦାନ କରିଥିଲେ । ଭୂମଧ୍ୟରେଖା ଅଂଚଳର ଦକ୍ଷିଣରେ ରହୁଥିବା ଦେଶଗୁଡିକ ଏହି ଦୃଶ୍ୟ ଦେଖିପାରିବେ । ଭାରତ ଉତରରେ ରହିଛି । ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରି ଏହି ଦୃଶ୍ୟ ଭାରତୀୟ ଲୋକ ଦେଖିପାରିବେ ।

Leave A Reply

Your email address will not be published.