Latest Odisha News

ଖୁବ୍ ଶୀଘ୍ର ଆସୁଛି ‘ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍‌’…

ଭୁବନେଶ୍ୱର: ‘ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍‌’ । ଓଲିଉଡର ଥ୍ରୀ ଷ୍ଟାରଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ଚାଲିଛି ଏହି ଚଳଚ୍ଚିତ୍ରଟି ।

ତିନି ଅଭିନେତା ସମରେଶ ରାଉତରାୟ, ଦୁର୍ଗାଶଙ୍କର ଦାଶ ଓରଫ ବୁଲୁ ଓ ସମ୍ବିତ ଆଚାର୍ଯ୍ୟ ନିଜ ନିଜ ପ୍ରଡକ୍ସନ ହାଉସ ବ୍ୟାନରରେ ମିଳିତ ଭାବେ ଏହି ସହ ସିନେମା ନିର୍ମାଣ କରୁଛନ୍ତି । ଏଥିରେ ଏସ୍‌. କେ. ମୁରଲୀଧରନ ନିର୍ଦ୍ଦେଶନା ଦେଉଥିବା ବେଳେ ସଙ୍ଗୀତଗୁଡିକୁ ସଜାଇଛନ୍ତି ପ୍ରେମ ଆନନ୍ଦ ।

ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବେ ସମ୍ବିତ ଆଚାର୍ଯ୍ୟ ଅଭିନୟ କରିଥିବା ବେଳେ ନାୟିକା ରହିଛନ୍ତି ପୁନମ ମିଶ୍ର । ଅନ୍ୟାନ୍ୟ ଭୂମିକାରେ ମିହିର ଦାସ, ସମରେଶ ଓ ପ୍ରିୟଙ୍କା ପ୍ରମୁଖ ରହିଛନ୍ତି । ଫିଲ୍ମଟିର ଟିଜର ରିଲିଜ ସରିଥିବା ବେଳେ ଅପେକ୍ଷା ରହିଛି ଫିଲ୍ମ ରିଲିଜକୁ ।

Leave A Reply

Your email address will not be published.