Latest Odisha News

ଭଦ୍ରକରେ ବରିଷ୍ଠ କଂଗେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ

ଭଦ୍ରକ: ଭଦ୍ରକର ବନ୍ତଛକଠାରେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ରବିବାର ଦିନ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଶ୍ରୀ ଜ୍ଞାନେନ୍ଦ୍ର ଦିନ ୧୧ଟା ସମୟରେ ବନ୍ତଛକଠାରେ ଗାଡ଼ି ରଖି ଜଳଖିଆ ଖାଇବାକୁ ଏକ ହୋଟେଲକୁ ଯାଉଥିବା ବେଳେ ୫୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ତାଙ୍କ ଗାଡ଼ି ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିବାର ସେ ଅଭିଯୋଗ କରିଛନ୍ତି । ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ ଶିଘ୍ର ପରିତ୍ୟାଗ କରିବାକୁ ଏହି ଦୁର୍ବୃତ୍ତମାନେ ତାଙ୍କୁ ଧମକଚମକ ଦେଇଥିବାର ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଅଭିଯୋଗ କରି କହିଛନ୍ତି, ଏହି ଆକ୍ରମଣ ପଛରେ ବିଜେଡ଼ି ସମର୍ଥକଙ୍କ ହାତ ରହିଛି ।

ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.