Latest Odisha News

BREAKING NEWS

ମାସ୍କ, ପିପିଇ କିଟ୍ ଭଳି ମୋବାଇଲ କିଣାରେ ଦୁର୍ନୀତି ହୋଇଛି : ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ଆଣିବା ପରେ ଆଜି ମୋବାଇଲ କିଣାରେ ବି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ । କେନ୍ଦ୍ର ସରକାର ପ୍ରଦାନ କରିଥିବା ସ୍ପେଶିଫିକେସନ୍‌କୁ ବଦଳାଇ ରାଜ୍ୟ ସରକାର ମୋବାଇଲ କିଣିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ସୁଦର୍ଶନ ଦାସ ।

କଂଗ୍ରେସର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାରଙ୍କ ଚିଠି ମୁତାବକ ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାର ମୋବାଇଲ କିଣିଥିଲେ । ତେବେ କେନ୍ଦ୍ର ଧାର୍ଯ୍ୟ କରିଥିବା ସ୍ପେଶିଫିକେସନ ମୁତାବକ ମୋବାଇଲ କିଣିନାହାଁନ୍ତି ରାଜ୍ୟ ସରକାର । ଗୁରଗାଁଓର ଏକ ନିର୍ଦ୍ଦିଷ୍ଟ କମ୍ପାନୀଠାରୁ କିଣାଯାଇଥିବା ମୋବାଇଲର ବଜାର ମୂଲ୍ୟ ୮ହଜାର ୯୯୯ଟଙ୍କା । ତେବେ ରାଜ୍ୟ ସରକାର ଏହାକୁ ୧୦ ହଜାର ୯୫୦ ଟଙ୍କାରେ କିଣିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Leave A Reply

Your email address will not be published.