Latest Odisha News

BREAKING NEWS

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମାସକ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଗଷ୍ଟ ୧ ତାରିଖ ସୁଦ୍ଧା ନୂଆଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନିର୍ଦ୍ଦେଶ ମିଳିଛି । ସେ ଘର ଖାଲି ନ କଲେ ଫାଇନ୍ ଦେବାକୁ ପଡ଼ିବ ବୋଲି ହାଉସିଂ ଓ ଅର୍ବାନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୋଟିସ କରାଯାଇଛି। ଦିଲ୍ଲୀର ୩୫ ଲୋଧି ଇଷ୍ଟେଟ ବଙ୍ଗଳା ସରକାରଙ୍କ ପକ୍ଷରୁ ପ୍ରିୟଙ୍କାଙ୍କ ନାଁରେ ଆଲୋଟମେଣ୍ଟ ହୋଇଥିଲା । କିନ୍ତୁ ସରକାର ଏହାକୁ ରଦ୍ଦ କରିଦେଇଛନ୍ତି।

୨୦୧୯ ନଭେମ୍ବର ମାସରେ ପ୍ରିୟଙ୍କା ଭଦ୍ରାଙ୍କୁ ସରକାର ଯୋଗାଇ ଦେଉଥିବା ଏସପିଜି ସୁରକ୍ଷା ବଳୟକୁ ପ୍ରତ୍ୟାହାର କରି ନେଇଥିଲେ । ଏହା ବଦଳରେ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଛି । ୨୦୧୯ ନଭେମ୍ବର ମାସରେ କାହାକୁ ଏସପିଜି ସୁରକ୍ଷା ମିଳିବ, ସେନେଇ ମୋଦି ସରକାର ନୂଆ ନିୟମ ପ୍ରଣୟନ କରିଥିଲେ । ଏହି ନିୟମ ଅନୁଯାୟୀ, କେବଳ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ୫ ବର୍ଷ ଯାଏ ଏସପିଜି ସୁରକ୍ଷା ମିଳିବ ।

Leave A Reply

Your email address will not be published.