Latest Odisha News

BREAKING NEWS

ସୋସିଆଲ ମିଡିଆରେ କଂଗ୍ରେସ କରିବ ‘ସ୍ପିକ୍ ଅପ ଇଣ୍ଡିଆ’

ଭୁବନେଶ୍ୱର:ସୋସିଆଲ ମିଡିଆରେ ୫୦ ଲକ୍ଷ ଦେଶବାସୀଙ୍କ ସହ ଯୋଡିହେବ କଂଗ୍ରେସ । ଆସନ୍ତାକାଲି ଦଳ ପକ୍ଷରୁ ଆରମ୍ଭ ହେଉଛି ସ୍ପିକ୍ ଅପ ଇଣ୍ଡିଆ କାର୍ଯ୍ୟକ୍ରମ । ଏଥିରେ ପ୍ରତି ନିର୍ବାଚନ ମଣ୍ଡଳୀର ୧୦ରୁ ୧୫ ହଜାର ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପିସିସି ସଭାପତି କହିଛନ୍ତି, କେନ୍ଦ୍ର ସରକାର ସମସ୍ତ ଗରିବ ପରିବାରକୁ ମାସକୁ ସାଢେ ୭ ହଜାର ଟଙ୍କା ଲେଖାଏଁ ୬ ମାସ ଯାଏ ଯୋଗାଇ ଦିଅନ୍ତୁ। ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ସେମାନଙ୍କ ଆକାଉଂଟକୁ ପଠାଯାଉ । ନଚେତ୍ ଗରିବଙ୍କ ଅବସ୍ଥା ଭୟାବହ ହେବ ।

ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରୁ ଘରକୁ ଫେରାଇ ଆଣିବାକୁ ସରକାର ସମସ୍ତ ବ୍ୟବସ୍ଥା କରନ୍ତୁ ଏବଂ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରନ୍ତୁ । ଚାଷୀମାନଙ୍କୁ ଖରିଫ ଋତୁରେ ଚାଷ କରିବାକୁ ସରକାର ସାହାର୍ଯ୍ୟ କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।

Leave A Reply

Your email address will not be published.