Latest Odisha News

BREAKING NEWS

ଯୁଦ୍ଧାସ୍ତ୍ର ଖରିଦକୁ ସ୍ଥଗିତ ରଖିବ ପ୍ରତିରକ୍ଷା ମନ୍ତ୍ରାଳୟ !

ନୂଆଦିଲ୍ଲୀ : କରୋନା ମହାମାରୀ ଭାରତୀୟ ସେନାର ଆଧୁନିକୀକରଣକୁ ଗୁରୁତର ଭାବେ ପ୍ରଭାବିତ କରିବ ।  ପୂର୍ବରୁ ଯୋଜନା କରାଯାଇଥିବା ଯୁଦ୍ଧାସ୍ତ୍ର ଖରିଦକୁ ସ୍ଥଗିତ ରଖିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରୁଛି । ପ୍ରତିରକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ମିଲିଟାରୀ ବ୍ୟାପାର ବିଭାଗ ପକ୍ଷରୁ ସେନା, ବାୟୁସେନା ଓ ନୌସେନାକୁ ଏକ ନିର୍ଦ୍ଦେଶ ଜାରି କରି ସେମାନଙ୍କ ଯୁଦ୍ଧାସ୍ତ୍ର ଖରିଦ ଯୋଜନାକୁ ସ୍ଥଗିତ ରଖିବାକୁ କହିଛି । କେନ୍ଦ୍ର ସରକାର କିଛି ବର୍ଷତଳେ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ ।ବାୟୁସେନା ପାଇଁ ରାଫେଲ, ଆପାଚେ ହେଲିକାପ୍ଟର ଆଦି ଖରିଦ କରାଯାଉଥିବାବେଳେ ଋଷିଆଠାରୁ ଏସ-୪୦୦ ଖରିଦ କରାଯାଉଛି । ଉଭୟ ରାଫେଲ ଓ ଏସ-୪୦୦ ପାଇଁ ଭାରତ ଅଗ୍ରୀମ ଅର୍ଥ ମଧ୍ୟ ପ୍ରଦାନ କରିସାରିଛି । ସେହିପରି ସେନା ପାଇଁ ଅତ୍ୟାଧୁନିକ ଟ୍ୟାଙ୍କ, ହେଲିକପଫର ଓ ରାଇଫଲ ଖରିଦ ପାଇଁ ଅର୍ଡର ଦିଆଯାଇଛି । ନୌସେନା ପାଇଁ ବୁଡ଼ାଜାହାଜ ଓ ହେଲିକାପଫର ଖରିଦ କରାଯାଉଛି । କିନ୍ତୁ ଏବେ ଏସବୁ ଯୁଦ୍ଧାସ୍ତ୍ରର ଖରିଦ ବିଳମ୍ବିତ ହେବାର ଆଶଙ୍କା ଦୃଢୀଭୂତ ହୋଇଛି ।

Leave A Reply

Your email address will not be published.