Latest Odisha News

BREAKING NEWS

କରୋନା ମହାମାରୀ ପ୍ରଭାବ; ବିଜ୍ଞାପନ ଦର ହ୍ରାସ କଲା ଫେସ୍‌ବୁକ୍ !

ସାନ୍ ଫ୍ରାନ୍ସିସ୍କୋ: ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସ୍ପଷ୍ଟ ଦେଖିବାକୁ ମିଳିଛି କରୋନା ମହାମାରୀ ପ୍ରଭାବ । ଶେଷରେ ବିଜ୍ଞାପନ ଦର ହ୍ରାସ କଲା ବିଶ୍ୱର ଅଗ୍ରଣୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ ଫେବ୍ରୁଆରୀ ମାସ ତୁଳନାରେ ମାର୍ଚ୍ଚ ମାସରେ ଫେସବୁକ ୧୫ ରୁ ୨୦% ବିଜ୍ଞାପନ ଦର ହ୍ରାସ କରିଛି ।Wpromote ନାମକ ଡିଜିଟାଲ ମାର୍କଟିଂ ଏଜେନ୍ସି ବିଜ୍ଞାପନରେ ବର୍ଷକୁ ୧୩୦ ମିଲିଅନ ଡଲାର ଫେସବୁକରେ ଖର୍ଚ୍ଚ କରିଥାଏ । ଅନ୍ୟପଟେ 4C ନାମକ କମ୍ପାନୀ ବର୍ଷକୁ ଫେସବୁକରେ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରିଥାଏ ୩୫୦ ମିଲିଅନ ଡଲାର । ଏହି ଦୁଇଟି କମ୍ପାନୀଙ୍କ ଅନୁଯାୟୀ ମାତ୍ର ଗୋଟିଏ ମାସରେ ଫେସବୁକ ୨୨ ରୁ ୨୫% ବିଜ୍ଞାପନ ଦର ହ୍ରାସ କରିଛି ।

ପୂର୍ବ ଅପେକ୍ଷା ଅଧିକ ଲୋକ ଲଗ୍ ଇନ୍ କରୁଥିଲେ ବି ଫେସ୍‌ବୁକ୍ ଏତେଟା ଲାଭବାନ ହୋଇପାରିନି । କୌଣସି କମର୍ସିଆଲ୍ କାମ ପାଇଁ ନୁହେଁ ବରଂ ମେସେଜ ପ୍ରେରଣ ପାଇଁ ଅଧିକରୁ ଅଧିକ ଲୋକ ଫେସ୍‌ବୁକ୍ ବ୍ୟବହାର କରୁଛନ୍ତି । କରୋନାଭାଇରସ୍ ଯୋଗୁଁ ସାରା ବିଶ୍ୱ ଅସ୍ତବ୍ୟସ୍ତ ଥିବାବେଳେ ବ୍ୟବସାୟକୁ ସନ୍ତୁଳିତ ରଖିବା ପାଇଁ ଫେସବୁକ ବିଜ୍ଞାପନ ଦର କମ କରିଛି ।

Leave A Reply

Your email address will not be published.