ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ
ସମଗ୍ର ବିଶ୍ୱର ଧର୍ମୀୟ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ରରେ ଲାଗି ରହିଛି ବାର ମାସରେ ତେର ଯାତ୍ରା । ବର୍ଷ ତମାମ ବଡ ଦେଉଳ ଭିତରେ ଏବଂ ବାହାରେ ଲାଗି ରହିଥାଏ ଦ୍ୱାଦଶ ଲୀଳା, ଶତେଇଶ ଉପଲୀଳା, ୧୦୮ଟି ପର୍ବପର୍ବାଣି ଏବଂ ୪୦ଗୋଟି ଯାତ୍ରା ଵିଧି | ‘ନୀଳାଚଳ ‘ଶ୍ରୀକ୍ଷେତ୍ର ବର୍ଷସାରା ‘ଲୀଳାଞ୍ଚଳ’ରେ ପରିଣତ ହୋଇଥାଏ । ଏହି ପର୍ବପର୍ବାଣି ଯାନିଯାତ୍ରା ମଧ୍ୟରୁ କେତେକ ମୁଖ୍ୟଯାତ୍ରା ଶ୍ରୀକ୍ଷେତ୍ରରେ ଦ୍ୱାଦଶ ଯାତ୍ରା ନାମରେ କଥିତ । ଏହି ମୁଖ୍ୟ ଦ୍ୱାଦଶ ଯାତ୍ରା ହେଉଛି ସ୍ନାନ ଯାତ୍ରା, ରଥଯାତ୍ରା, ଶୟନଯାତ୍ରା, ଦକ୍ଷିଣାୟନଯାତ୍ରା, ପ୍ରlବରଣ ଷଷ୍ଠୀ ଯାତ୍ରା, ପାଶ୍ୱ ପରିବର୍ତନ ଯାତ୍ରା, ଉତଥାପନ ଯାତ୍ରା, ପୁଷ୍ୟାଭିଷେକ ଯାତ୍ରା, ଉତ୍ତରାୟଣ ଯାତ୍ରା, ଦୋଳଯାତ୍ରା, ଅକ୍ଷୟ ତୃତୀୟା ଯାତ୍ରା, ଚନ୍ଦନ ଯାତ୍ରା ଓ ଦମନକ ଚତୁର୍ଦଶୀ ଯାତ୍ରା । ଏ ସମସ୍ତ ଯାତ୍ରାମାନଙ୍କ ମଧ୍ୟରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଯାତ୍ରା । ଏହି ଯାତ୍ରା ବିଭିନ୍ନ ନାମରେ ପରିଚିତ । ଯଥା :- ଗୁଣ୍ଡିଚା ଯାତ୍ରା, ନବଦିନାତମିକl ଯାତ୍ରା, ପତିତପାବନ ଯାତ୍ରା, ଘୋଷ ଯାତ୍ରା, ବ୍ରହ୍ମଯାତ୍ରା, ଦଶଅବତାର ଯାତ୍ରା, ଆଡ଼ପ ଯାତ୍ରା, ଜନ୍ମବେଦଯାତ୍ରା, ଜନକପୁରୀ ଯାତ୍ରା ବା ମହାବେଦୀ ଯାତ୍ରା ଇତ୍ୟାଦି । ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା କାଳରୁ ଏହି ଜନ୍ମବେଦୀ ଯାତ୍ରା ହୋଇଆସୁଛି ।
ଅଧିକ ପଢନ୍ତୁ: ପୁରୀର ସାତ ଲହଡ଼ି ମଠ କଥା…
ଶ୍ରୀମନ୍ଦିର ରତ୍ନ ସିଂହାସନର ରାଜଧିରାଜ ଭୋଗ ବିଳାସ, ଛପନ ପଉଟି ଭୋଗର ମୋହ ଛାଡି ଭାଇ ଭଉଣୀ ସହିତ ଶ୍ରୀଜଗନ୍ନାଥ ଓଲେହି ଆସନ୍ତି ବିଶ୍ୱର ବଡଦାଣ୍ଡକୁ, ସମଗ୍ର ବିଶ୍ୱବାସୀଙ୍କ ଗହଣରେ ଯାତ୍ରା କରିବାପାଇଁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ| ପତିତମାନଙ୍କ ଉଦ୍ଧାର ପାଇଁ ଏ ଯାତ୍ରା । ଶ୍ରୀମନ୍ଦିର ଭିତରକୁ ଯେଉଁମାନେ ପ୍ରବେଶ କରିପାରୁନାହାନ୍ତି ସେମାନେ ବଡ଼ଦାଣ୍ଡରେ ପ୍ରଭୁଙ୍କର ଦର୍ଶନ କରି ଉଦ୍ଧାର ହୋଇଯିବା ପାଇଁ ଏହି ଶ୍ରୀଗୁଣ୍ଡିଚା ଯାତ୍ରା । ପତିତପାବନ ମହାବାହୁଙ୍କର ଏ ସ୍ୱଇଚ୍ଛା ଯାତ୍ରା ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀରେ:-
“ସ୍ନାନ, ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯା’ର,
ପତିତପାବନ ଅର୍ଥେ ପ୍ରସାଦୁ ବାହାର |”
ଏହା ପ୍ରଭୁଙ୍କର ସ୍ୱୟଂ ଲୀଳା ଭାବରେ ପରିଚିତ । ସ୍କନ୍ଦ ପୁରାଣରେ ବର୍ଣିତ ଅଚ୍ଛି ଯେ, ଶ୍ରୀ ଗୁଣ୍ଡିଚାରେ ରଥାରୁଢ଼ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀସୁଭଦ୍ରାଙ୍କୁ ଦର୍ଶନ କଲେ ମାନବର ଶତକୋଟି ଜନ୍ମରଜିତ ପାପକ୍ଷୟ ହୋଇଥାଏ । ସହସ୍ର ଯଂଜ୍ଞର ଫଳ ପ୍ରlତି ହୋଇଥାଏ |
ଶାସ୍ତ୍ର କୁହନ୍ତି:-
“ଦୋଳ ଚ ଦୋଳ ଗୋବିନ୍ଦ, ଚାପେଚ ମଧୁସୂଦନମ୍
ରଥେ ତୁ ବାମନ ଦୁଷ୍ଟ୍ୟl ପୂର୍ଣ୍ଣଜନ୍ମ ନ ବିଦ୍ୟତେ |”
ଏହି ଘୋଷଯାତ୍ରା ସାରା ବିଶ୍ଵ ବ୍ରାହ୍ମଣ୍ଡ ଠାକୁରଙ୍କ ଯାତ୍ରା । ଆମ ଭାରତବର୍ଷର ଏକ ଗୌରବ ଏବଂ ଓଡ଼ିଶାର ରତ୍ନ ମୁକୁଟ ସଦୃଶ । ପୁରୀ ଧାମର ରତ୍ନମଣି ଆମ କାଳିଅlଠାକୁର । ଏହି ଶୁଭଙ୍କର ଘୋଷଯାତ୍ରା ହେଲେ ପୃଥିବୀର ମଙ୍ଗଳ ହୋଇଥାଏ । ଧରଣୀ ମାତା ଗର୍ଭଧାରଣ କରେ । ଇନ୍ଦ୍ରଦେବଗଣଙ୍କ ଶୁଭ ଦୃଷ୍ଟି ପୃଥିବୀ ଉପରେ ପଡେ । ଦେବାଦେବୀ, ଚଣ୍ଡୀ, ଚାମଣ୍ଡା, ଏବଂ ଆଶରୀରୀ ଆତ୍ମାମାନେ ଅଧରପଣା ପାଇ ଶାନ୍ତ ହୁଅନ୍ତି । ଦେବଲୋକ, ପାତାଳଲୋକ, ମାର୍ତ୍ତୃଲୋକ, ପିତୃଲୋକ, ନାଗଲୋକ, ପ୍ରେତଲୋକ, ଯକ୍ଷ ଲୋକ, ଦାନଵ ଲୋକ, ପଶୁ, ପକ୍ଷୀ ଏବଂ ୩୩କୋଟି ଦେବଦେବୀ ରଥାରୁଢ଼ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆତ୍ମାତୃପ୍ତି ଲାଭ କରନ୍ତି । ବୋଲି ପୁରାଣରେ ବର୍ଣ୍ଣିତ ଅଚ୍ଛି । ଆମେ ଯଦି ଭଗବାନଙ୍କର ଏହି ପ୍ରଥା, ପରମ୍ପରାକୁ ବନ୍ଦ କରିଦେବl ତେବେ ଏହା ପୃଥିବୀ ପ୍ରତି ଘୋର ଅନ୍ୟାୟ ଓ ବିପଦ ହେବ ବୋଲି ଶାସ୍ତ୍ର ରେ ବର୍ଣିତ ଅଛି । ନିକଟରେ ଯାହା ଅନ୍ୟାୟ ମାନ ହୋଇଅଛି ତାହାର ପ୍ରତିଫଳ ସୁରୂପ ଆଜି ସାରା ବିଶ୍ଵ ଦେଖୁଛି ।
ଅଧିକ ପଢନ୍ତୁ: ବନ୍ଧୁ ମହାନ୍ତିଙ୍କ ପାଇଁ ଶ୍ରୀଜଗନ୍ନାଥ କଲେ ଅନଶନ
ସ୍କନ୍ଦ ପୁରାଣରେ ରେ ଉଲେଖ ଅଚ୍ଛି ଯେ:- ରଥ ଟାଣିବା ସମୟରେ କ୍ଷତ ଘଟିଲେ କି ପ୍ରକାର ଅଶୁଭ ହୁଏ ସେ ବିଷୟ କହିବାକୁ ଯାଇ ବ୍ରହ୍ମl ମୁନିମାନଙ୍କୁ କହିଥିଲେ, ଯଦି ରଥର ଇଷ ଭଗ୍ନ ହୁଏ ତେବେ ବ୍ରାହ୍ମଣ ମାନଙ୍କ ପ୍ରତି ବିପଦ ଦେଖାଦିଏ । ସେହିପରି ଯଦି ଅକସ୍ମାତ ଅକ୍ଷ କ୍ଷୟହୁଏ କ୍ଷେତ୍ରୀୟ କୂଳକୁବିପଦ ପଡେ । ସମୀ ଭଗ୍ନ ହେଲେ ଶୁଦ୍ର କୁଳ ନାଶ ହୁଅନ୍ତି । ଧୂରl ଭଙ୍ଗ ହେଲେ ଅନାବୃଷ୍ଟି, ପୀଠ ଭଗ୍ନ ହେଲେ ପ୍ରଜା ମାନଙ୍କ ପ୍ରତି ବିପଦ ପଡେ । ଚକ୍ର ଭଗ୍ନ ହେଲେ ପରରାଷ୍ଟ୍ରର ବିପଦ ଆସେ । ଧୂଜl ପତନରେ ରାଜାଙ୍କର ରାଜତ୍ୱ ନାଶ ହୁଏ । ପ୍ରତିମାର ଅଙ୍ଗ ଭଗ୍ନ ହେଲେ ରାଜାଙ୍କର ମୃତ୍ୟୁ ହୁଏ । ଯଦି ସମସ୍ତ ଉତୁପାତ ଏକl ସାଙ୍ଗରେ ହୁଏ ବା ରଥଯାତ୍ରା ବନ୍ଦ ହୋଇଯାଏ ତେବେ ସମଗ୍ର ଜନବସତି ଧୂଁସ ହୋଇଯିବ ବୋଲି ସ୍କନ୍ଦ ପୁରାଣରେ ବର୍ଣିତ ଅଚ୍ଛି ।
ଅଧିକ ପଢନ୍ତୁ: ଢେଙ୍କାନାଳରୁ ପୁରୀ ଶ୍ରୀକ୍ଷେତ୍ର; ବାଇକ୍ରେ ଭକ୍ତ ଆଣୁଛନ୍ତି ତୁଳସୀ !
ଚଳିତ ବର୍ଷ ରଥଯାତ୍ରା ବିଷୟରେ କିଛି ତଥ୍ୟ:- ଚଳିତ ବର୍ଷ ରଥଯାତ୍ରା ପାଇଁ ବହୁ ଵାଦ, ବିବାଦ ଉପୁଜିବା ସତେ ମହାପ୍ରଭୁ କୃପାରୁ ଏବଂ କେନ୍ଦ୍ରସରକାରଙ୍କ ଅନୁମତିରୁ ପ୍ରଭୁଙ୍କର ରଥକାମ ସୁରୁଖୁରୁରେ ଚାଲିଛି । କିନ୍ତୁ ରଥଯାତ୍ରା ହେବା ନେଇ ଏ ଯାଇ କିଛି ସ୍ପଷ୍ଟ କରାଯାଇନାହିଁ । କିଛି ବିଶେଷ ସୂତ୍ରରୁ ଜଣାପଡୁଛି ଯେ, ରଥଯାତ୍ରା ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଛି । ଆମ ରାଜ୍ୟ ସରକାର ଜଗନ୍ନାଥଙ୍କ ଯାନିଯାତ୍ରା ଓ ପରମ୍ପରା ଉପରେ ଆଉ ବିଶେଷ ଧ୍ୟାନ ଦେଉନାହାନ୍ତି । ଚଳିତ ବର୍ଷ ରଥଯାତ୍ରା କଥା ତ ମନରୁ ପାଶୋରି ଯାଇଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ଅବଦାନରେ ରଥକାମ ଆଗୈଚାଲିଛି । ଶ୍ରୀଜଗନ୍ନାଥଙ୍କ ପ୍ରଥା, ପରମ୍ପରା ବା କିଏ ପଚାରେ ? ଶ୍ରୀଜଗନ୍ନାଥ ମନ୍ଦିରକୁ ଗୋଟେ ମିଉଜିୟମ୍ କରିବାକୁ ଯୋଜନା ଚାଲିଛି । ଶ୍ରୀଜଗନ୍ନାଥକୁ ଗୋଟେ କାଠ କଣ୍ଢେଇ ବୋଲି ଭାବନ୍ତୁ ନାହିଁ । ଜଗନ୍ନାଥଙ୍କ ଶାସ୍ତ୍ର ଅନୁଯାଇ କାର୍ଯ୍ୟ କରାଯାଉ । ଭଗବାନଙ୍କ ପ୍ରତି କାହାର ଆଉ ଆନ୍ତରିକ ଭାବ ନାହିଁ ।
ମହାପ୍ରଭୁଙ୍କ ଚନ୍ଦନ ପୁଷ୍କରିଣୀରେ ନୌକାଯାତ୍ରାକୁ ବନ୍ଦ କରି ଦିଆଗଲା । ଏହା କଣ ଵିଧିରେ ଅଵିଧି ନୁହେଁ କି ? କୋରାନlକୁ ଆଳ ଦେଖାଇ, ମହାପ୍ରଭୁଙ୍କ ସୁଖ ଆନନ୍ଦକୁ ଭାଙ୍ଗି ଦିଆଗଲା । ଆଉ ଆମ୍ଭମାନଙ୍କର ବା କଣ ସୁଖ ରହିବ ?
ଅଧିକ ପଢନ୍ତୁ: କ’ଣ କହୁଛି ମାଳିକା; କରୋନା ନୁହେଁତ ବିନାଶର ସତର୍କଘଣ୍ଟି !
ଶ୍ରୀଜଗନ୍ନାଥଙ୍କ ନିଜର ବଡ଼ଦାଣ୍ଡରେ ପାହାଡ ସମୃଦ୍ଧିର ବ୍ୟାରିକେଟ ଛିଡା ହୋଇଛି । କିନ୍ତୁ, ଭକ୍ତଙ୍କ ଗମନାଗମନ ପାଇଁ ରାସ୍ତା ସଂକୁଚିତ ହେଉଅଛି । କରୋନାକୁ ଆଳ ଦେଖାଇ ମହାପ୍ରଭୁଙ୍କ ସତ୍ୟଯୁଗରୁ ପ୍ରଚଳିତ ହୋଇଆସୁଥିବା ରଥଯାତ୍ରାକୁ ବନ୍ଦ କରାନଯାଉ । ଯଦି ରଥଯାତ୍ରା ବନ୍ଦ ହୋଇଯାଏ ତେବେ ପୃଥିବୀ ପ୍ରତି ଘୋର ବିପଦ ଆସିବାର ମାଳିକାରେ ଉଲେଖ ଅଚ୍ଛି । ଶ୍ରୀଜଗନ୍ନାଥଙ୍କ ଆଗରେ ସମସ୍ତେ ତୁଛ । ଶ୍ରୀଜଗନ୍ନାଥ ରଥାରୁଢ଼ ହୋଇ ବଡଦାଣ୍ଡକୁ ଆସିଲେ ମହାମାରୀ ଆପେ ଆପେ ଦୂରୀଭୂତ ହୋଇଯିବ ବୋଲି ସମସ୍ତଙ୍କର ଆଶା । ମହାପ୍ରଭୁଙ୍କୁ ନେଇ କୋଣସି ରାଜନୀତି କରନ୍ତୁ ନାହିଁ । ବରଂ, ତାଙ୍କ ରଥଯାତ୍ରା କେମିତି ସୁରୁଖୁରୁରେ ସମ୍ପାଦନ ହେବ ସେଥିପ୍ରତି ସମସ୍ତେ ଧ୍ୟାନ ଦିଅନ୍ତୁ । ସମସ୍ତେ ମୁଁ ପଦ ଛାଡି ଠିକ ରାସ୍ତାରେ ଆସନ୍ତୁ, ତାହେଲେ କୋରାନl ମହାମାରୀ କବଳରୁ ବଞ୍ଚିବେ । କିଛି ବିଧର୍ମୀ ଶ୍ରୀଜଗନ୍ନାଥଙ୍କ ସନାତନ ଧର୍ମକୁ ନଷ୍ଟ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ଯିଏ ବା ଏମିତି କରୁଛି ଜଗନ୍ନାଥ ସେମାନଙ୍କୁ କଦାପି କ୍ଷମା ଦେବେ ନାହିଁ ।
ମାଳିକାରେ ଵର୍ଣ୍ଣିତ ଅଚ୍ଛି ଯେ :- କଳିଯୁଗର ଅବସାନ ଘଟିବ, ଅସତ୍ୟ, ପାପୀମାନେ ବିନାଶ ହେବେ ।
ତେଣୁ ଏହି ସବୁଥିରୁ ରକ୍ଷା ପାଇବାକୁ ହେଲେ, ମନଧ୍ୟାନ୍ୟ ଦେଇ ଭକ୍ତିପୂତ ଭାବରେ ଭଗବାନଙ୍କ ରାମତରକା ‘ହରେ କୃଷ୍ଣ ହରେ ରାମ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । କୀର୍ତନ ସଂକୀର୍ତନ କରନ୍ତୁ । ଏବଂ ଦେବା ଦେବୀଙ୍କ ପାଖେ ପଣା ଭୋଗ କରି ରାସ୍ତାରେ ବାଡ଼ନ୍ତୁ । ଘରେ ଘରେ ଝୁଣା, କର୍ପୁର ମିଶାଇ ଧୂପ ଦିଅନ୍ତୁ ଏବଂ ଶଙ୍ଖ ବଜାନ୍ତୁ । ଯେପରିକି ଆମ ପରିବେଶ ଆଧ୍ୟାତ୍ମିକ ହୋଇଯିବ । ବିଶ୍ଵର ଶାନ୍ତି ପାଇଁ ବିଶ୍ୱ ଶାନ୍ତି ମହାଯଜ୍ଞ କରନ୍ତୁ । ସମସ୍ତଙ୍କ ସହ ମିତ୍ରତା ରଖନ୍ତୁ ଏବଂ ସତ ପଥରେ ଚାଲନ୍ତୁ । ଆମେ ମିଳିମିଶି ମୁକାବିଲା କଲେ କୋରାନl ମହାମାରୀ କବଳରୁ ସମସ୍ତେ ନିଶ୍ଚୟ ରକ୍ଷା ପାଇ ପାରିବl ।
।। ଜୟ_ଜଗନ୍ନାଥ ।।
(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।