Latest Odisha News

BREAKING NEWS

ନୂଆ ମହାମାରୀ ରୋଗ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଂଜୁରୀ: ଉଲ୍ଲଂଘନକାରୀଙ୍କ ପାଇଁ ଅଧିକ ଦଣ୍ଡ ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ କରୋନା ସମ୍ପର୍କୀତ ସମସ୍ତ ବିଷୟ ଆଲୋଚନା ହେବାର ଅବ୍ୟବିହିତ ପୂର୍ବରୁ ରାଜ୍ୟପାଳ ଡଃ ଗଣେଶୀ ଲାଲ ମହାମାରୀ ରୋଗ ଆଇନ ୧୮୯୭ର ସଂଶୋଧିତ ଅଧ୍ୟାଦେଶକୁ ମଂଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି ।

ନୂଆ ସଂଶୋଧିତ ମହାମାରୀ ରୋଗ (ସଂଶୋଧିତ) ଅଧ୍ୟାଦେଶ ୨୦୨୦ରେ ପୁରୁଣା ଆଇନର ଧାରା ଦୁଇର ଉପଧାରା ଦୁଇରେ ଏକ ସଂଶୋଧନ ଯୋଡା ଯାଇଛି । ଏହା ଅନୁଯାୟୀ, ମହାମାରୀ ରୋଗ ନିବାରଣ ଓ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସାମଗ୍ରୀ, ସେବା ଓ ଉପକରଣ କ୍ରୟ ଉପରେ ଏହି ସଂଶୋଧନ ଲାଗୁ ହେବ ।

ଏହି ଆଇନର କେହି ଉଲ୍ଲଂଘନ କଲେ ସେମାନଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟରେ ଦଣ୍ଡିତ କରାଯାଇପାରିବ ବୋଲି ଏଥିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.