ଭୁବନେଶ୍ୱର: ଓଡ଼ିଶାରେ ଆଉ ୯୦ ଜଣ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଥିବା ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ସରକାର।
୯୦ ସୁସ୍ଥଙ୍କ ମଧ୍ୟରୁ ୨୩ ଜଣ ଜଗତସିଂହପୁରରୁ, ୨୨ ଜଣ ଯାଜପୁରରୁ, ୨୧ ଜଣ ଭଦ୍ରକରୁ, ୧୫ ଜଣ ଗଞ୍ଜାମରୁ, ୩ ଜଣ କଟକରୁ, ୨ ଜଣ ଖୋର୍ଦ୍ଧା ଏବଂ ସମ୍ବଲପୁରରୁ ଏବଂ ଜଣେ ଲେଖାଏଁ ବାଲେଶ୍ବର ଏବଂ ନୟାଗଡ଼ରୁ ରହିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି।
ଏହାପୂର୍ବରୁ, ଓଡିଶାରେ ୬୭ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ ମୋଟ ସଂଖ୍ୟା ୧୭୨୩ ଛୁଇଁଛି।