Latest Odisha News

BREAKING NEWS

କରୋନା ଅପଡେଟ୍ ; ୫୦୦୦ ଲୋକଙ୍କୁ ରାସନ୍ ଯୋଗାଇବେ ସଚ୍ଚିନ ତେନ୍ଦୁଲକର !

ମୁମ୍ବାଇ: କରୋନା ମହାମାରୀରେ ଲଗାତାର ଅସହାୟଙ୍କୁ ସହାୟତା ଦେଇଆସୁଛନ୍ତି କ୍ରିକେଟ ର ଭଗବାନ ବୋଲାଉଥିବା ସଚ୍ଚିନ ତେନ୍ଦୁଲକର । ମୁମ୍ବାଇର ଶିବାଜୀ ନଗର ଅଂଚଳରେ ଥିବା ୫ ହଜାର ଲୋକଙ୍କୁ ସେ ରାସନ୍ ଯୋଗାଇବେ ।

ପୂର୍ବରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସେ ୨୫ ଲକ୍ଷ ଟଙ୍କା ଲେଖାଏଁ ସହଯୋଗ ରାଶି ଦେଇଥିଲେ । ଆଉ ଏବେ ଅଭାବି ଓ ଅସହାୟ ଲୋକଙ୍କୁ ରାସନ୍ ଯୋଗାଇବା ନେଇ ଏନଜିଓ ଅପନାଲୟା ଟୁଇଟ୍ ଜରିଆରେ ପ୍ରକାଶ କରିଛି ।

ଅପନାଲୟା ମିଶନରେ ୫ହଜାର ଲୋକଙ୍କୁ ଅର୍ଥାତ ପତ୍ୟେକ ଘରେ ତେନ୍ଦୁଲକର ଶୁଖିଲା ରାସନ୍ ଓ ସାନିଟାରି କିଟ୍ ଯୋଗାଇବେ । ଯାହାର ମୂଲ୍ୟ ୭୦୦ଟଙ୍କା ରହିଛି । ପ୍ରତ୍ୟକ୍ଷ ଛଡା ସଚେତନତାମୂଳକ ଭିଡିଓ ଜରିଆରେ ସଚ୍ଚିନ କ୍ରମାଗତ ପରୋକ୍ଷ ଭାବେ କରୋନା ବିରୋଧୀ ଲଢେଇରେ ସାମିଲ ଅଛନ୍ତି ।

ଏନଜିଓ ଅପନାଲୟାର ଟୁଇଟର ଜବାବ ଦେବାକୁ ଯାଇ ମାଷ୍ଟର ବ୍ଲାଷ୍ଟର କରୋନା ମହାମାରୀ ଭଳି ଘଡିସନ୍ଧି ସମୟରେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.