Latest Odisha News

ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା; ଏହି ୩ ଦେଶକୁ ଭାରତର ଭିସା କଟକଣା

ନୂଆଦିଲ୍ଳୀ: ଭାରତରେ କାୟା ବିସ୍ତାର କରୁଛି କରୋନା ଭାଇରସ । ସରକାରୀ ରିପୋର୍ଟ ଅନୁସାରେ, ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ୫୦ରେ ପହଞ୍ଚିଛି । ଯାହା ପରେ କରୋନା ଭାଇରସର ମୁକାବିଲାକୁ ନେଇ କେନ୍ଦ୍ର ସରକାର ଟ୍ରାଭେଲ ଆଡଭାଇଜରି ଜାରି କରିଛନ୍ତି ।

ଟ୍ରାଭେଲ ଆଡଭାଇଜରି ଅଧିନରେ ଭାରତ ପୁଣି ୩ ଦେଶର ନାଗରିକଙ୍କ ପାଇଁ ଭିସା ବାତିଲ କରିଛି । ୧୧ ମାର୍ଚ୍ଚ କିମ୍ବା ଏହା ପୂର୍ବରୁ ଫ୍ରାନ୍ସ, ଜର୍ମାନୀ ଓ ସ୍ପେନରୁ ଆସୁଥିବା ନାଗରିକଙ୍କ ନିୟମିତ ଓ ଇ-ଭିସା ଉପରେ ରୋକ ଲଗାଇ ଦିଆଯାଇଛି । ଫ୍ରାନ୍ସ, ଜର୍ମାନୀ ଓ ସ୍ପେନ ଗସ୍ତ ନକରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି । ମିଜୋରାମ ଓ ମଣିପୁରକୁ ଲାଗିଥିବା ବାଂଲାଦେଶ ସୀମା ସିଲ କରାଯାଇଛି ।

Leave A Reply

Your email address will not be published.