Latest Odisha News

କରୋନାଭାଇରସକୁ ଚାଇନିଜ ଭାଇରସ କହିବା ଠିକ ନୁହେଁ କାହିଁକି ?

ନୂଆଦିଲ୍ଲୀ: ଆପଣ ଜାଣିଥିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାଭାଇରସକୁ ଚାଇନିଜ ଭାଇରସ କହି ହଟହଟା ହୋଇଥିଲେ । ତେବେ ଚୀନରୁ ଭାଇରସର ଆରମ୍ଭ ହୋଇଥିବାରୁ ସମସ୍ତେ ଏହାକୁ ଚାଇନିଜ ଭାଇରସ କହୁଛନ୍ତି । ଚୀନର ଉହାନରୁ ବାହାରିଥିବାରୁ ଏହାକୁ ପ୍ରଥମେ ଉହାନ ଭାଇରସ କୁହାଯାଉଥିଲା । ତା’ପରେ ଏହାକୁ ଚାଇନିଜ ଭାଇରସ କୁହାଗଲା । କିନ୍ତୁ ଜାଣିଛନ୍ତି କି ଭାଇରସର ନାମକରଣ କେମିତି ହୋଇଛି ?

ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ) ଏହି ଭାଇରସ ଦ୍ୱାରା ହେଉଥିବା ରୋଗକୁ କୋଭିଡ-୧୯ ନାମକରଣ କଲା । ତେବେ କୌଣସି ଭାଇରସ ଦ୍ୱାରା ବ୍ୟାପୁଥିବା ରୋଗର ନାମକରଣ କଲାବେଳେ କେଉଁ ଦିଗ ଉପରେ ଧ୍ୟାନ ଦେବା ଉଚିତ୍ । ଇଣ୍ଟରନ୍ୟାସନାଲ କମିଟି ଅଫ ଟେକ୍ସୋନୋମି ଅଫ ଭାଇରସେସ୍ ନାମକ ସଂସ୍ଥା ଭାଇରସର ନାଁ ରଖିବାର କାମ କରେ । ଏ ସଂସ୍ଥା ମୁତାବକ, ଭାଇରସ ନାଁ ଛୋଟ ହେବା ଉଚିତ୍ ଏବଂ କୌଣସି ସ୍ଥାନ, ମଣିଷ, ପଶୁ ସମୁଦାୟକୁ ଆହତ କରୁନଥିବ । ଯଦ୍ୱାରା ଏହାକୁ ଉହାନ ଭାଇରସ କହିବା ମଧ୍ୟ ଠିକ ନୁହେଁ ।

୨୦୧୫ ମସିହାରେ ଡବ୍ଲ୍ୟୁଏଚଓ ଏକ ଗାଇଡଲାଇନ ଜାରି କଲେ । ଯେଉଁଥିରେ କୌଣସି ରୋଗର ନାମର ଖରାପ ପ୍ରଭାବ କୌଣସି ବ୍ୟକ୍ତି, ସଂସ୍କୃତି, ସମାଜ, ଦେଶ, ଧର୍ମ, ପେସା କିମ୍ବା କୌଣସି ପ୍ରଜାତି ଉପରେ ନପଡୁ ।

Leave A Reply

Your email address will not be published.