Latest Odisha News

BREAKING NEWS

ହ୍ରାସ ପାଇଛି ପୃଥିବୀର କମ୍ପନ; କାରଣ କରୋନା ନୁହେଁ ତ !

ଭୁବନେଶ୍ୱର: କରୋନା ଭାଇରସ କାରଣରୁ ପୃଥିବୀ ଯେମିତି ସ୍ଥିର ହୋଇ ଯାଇଛି । ଲକ୍‌ଡାଉନ ଆଗରୁ ଯେମିତି ପୃଥିବୀର କମ୍ପନ ହେଉଥିଲା ଏବେ ସେତେ ହେଉନି । କରୋନା ଭାଇରସ୍ ମୁକାବିଲା ଲାଗି ସାରା ବିଶ୍ୱରେ ଲକଡାଉନ ଚାଲିଥିବା ବେଳେ ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଛନ୍ତି ଯେ, ପୃଥିବୀର କମ୍ପନ ବେଶ୍ କମି ଯାଇଛି । ଶବ୍ଦ ପ୍ରଦୂଷଣ ମଧ୍ୟ ହ୍ରାସ ପାଇଛି, ସାରା ବିଶ୍ୱ ଚୁପଚାପ ହୋଇ ଯାଇଛି, ଫଳରେ ଭୂକମ୍ପ ବିଜ୍ଞାନୀମାନେ ଅତି ମୃଦୁ ଭୂମିକମ୍ପକୁ ମଧ୍ୟ ରେକର୍ଡ କରି ପାରୁଛନ୍ତି, ଯାହା ଲକଡାଉନ ଆଗରୁ ବେଶ ମୁସ୍କିଲ ହେଉଥିଲା ।

ମଣିଷଙ୍କ ପ୍ରକୃତି ସେମାନେ ଯେଉଁଠି ରହିବେ ସେଠି ଶବ୍ଦ ପ୍ରଦୂଷଣ କରିବେ । ପୃଥିବୀ ସାରା ପ୍ରତି ସେକେଣ୍ଡରେ କେତେ ଗାଡି ହର୍ଣ୍ଣ, କେତେ ଫ୍ୟାକ୍ଟ୍ରି ରୁ କାନଫଟା ଶବ୍ଦ ତାସହ ବିଭିନ୍ନ ନିର୍ମାଣରେ ସୃଷ୍ଟି ହେଉଥିବା ଶବ୍ଦ, ଏସବୁ ମିଶି ପୃଥିବୀର କମ୍ପନ ବଢାଇ ଦିଅନ୍ତି । ହେଲେ ଲକଡାଉନ ଯୋଗୁ ସବୁ କିଛି ଶାନ୍ତ ପଡି ଯାଇଛି । ଲଣ୍ଡନ, ପ୍ୟାରିସ, ଲସଏଞ୍ଜେଲସ, ବେଲଜିୟମ ଏବଂ ନ୍ୟୁଜିଲାଣ୍ଡରେ ଲାଗିଥିବା ଭୂକମ୍ପ ମାପକ ଯନ୍ତ୍ର ରିଡିଂରୁ ବିଜ୍ଞାନୀମାନେ ଦେଖିବାକୁ ପାଇଛନ୍ତି ଯେ, ପୃଥିବୀର କମ୍ପନ ବେଶ ହ୍ରାସ ପାଇଛି ।

ଆମେ ମାଟିରେ ଚାଲୁ, ପାଣିରେ ଜାହାଜ ଚାଲେ, ଆକାଶରେ ବିମାନ ଉଡେ । ଏସବୁ ଶବ୍ଦ ମିଶିଗଲେ ଶବ୍ଦ ପ୍ରଦୂଷଣ ମାତ୍ରା ବଢିଯାଏ । ଏହାର ପ୍ରଭାବ ପୃଥିବୀର କମ୍ପନ ଉପରେ ପଡେ । ଏବେ କିନ୍ତୁ ଲକଡାଉନ ସମୟରେ ସବୁ ଶାନ୍ତ ।

Leave A Reply

Your email address will not be published.