Latest Odisha News

BREAKING NEWS

କରୋନା ଭାଇରସ୍‌: ମାଇକ୍ରୋସଫ୍ଟ ଲଞ୍ଚ୍ କଲା କୋଭିଡ୍ – ୧୯ ଟ୍ରାକିଂ ୱେବସାଇଟ୍‌

ସାନଫ୍ରାନ୍ସିସ୍କୋ: ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଜନିତ ମୃତ୍ୟୁସଂଖ୍ୟା ୬,୫୧୬ରେ ପହଞ୍ଚିଛି ।

ଏକ ଇଣ୍ଟରାକ୍ଟିଭ୍ ମ୍ୟାପ ମାଧ୍ୟମରେ ସମଗ୍ର ବିଶ୍ୱର କେଉଁ ସ୍ଥାନଗୁଡ଼ିକ କରୋନା ସଂକ୍ରମିତ ହୋଇ ଚାଲିଛି ସେ ସମ୍ପର୍କରେ ବିଶଦ ବିବରଣୀ ମିଳିପାରିବ । ସେହିପରି ଗୁଗୁଲ କରୋନା ଭୂତାଣୁ ଜନିତ ସ୍କ୍ରିନିଂ ଏବଂ ଟ୍ରାକିଂ ୱେବସାଇଟ୍ ନିର୍ମାଣ ଲାଗି ବ୍ୟସ୍ତ ରହିଥିବା ବେଳେ ମାଇକ୍ରୋସଫ୍ଟ ବିଙ୍ଗ୍ ଟିମ୍ କୋଭିଡ୍ – ୧୯ ସଂକ୍ରମଣ ଟ୍ରାକିଂ ନିମନ୍ତେ ଏକ ୱେବ୍ ପୋର୍ଟାଲ୍ ଲଞ୍ଚ୍ କରିଥିବା ନେଇ ‘ଲାଇଭ୍ ମିଣ୍ଟ୍‌’ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

Bing.com/covid ମାଧ୍ୟମରେ ଏହି ୱେବପୋର୍ଟାଲ ଭିଜିଟ୍ କରିହେବ । ଏହି ୱେବସାଇଟ୍  ଅତ୍ୟାଧୁନିକ ପଦ୍ଧତିରେ ସମସ୍ତ କୋଭିଡ୍ ଭୂତାଣୁ ସଂକ୍ରମଣ ଦେଶ ଗୁଡ଼ିକରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କ ପରିସଂଖ୍ୟାନ ପ୍ରଦାନ କରିଥାଏ ।

ଇଣ୍ଟରନେଟରେ ଉପଲବ୍ଧ ଏହି କୋଭିଡ୍ ଟ୍ରାକର୍ ମାଧ୍ୟମରେ ବିଶ୍ୱର ୧୬୮, ୮୩୫କୁ ସମୁଦାୟ ନିଶ୍ଚିତ ହୋଇଥିବା କରୋନା କେସ୍‌, ୮୪, ୫୫୮ ଆକ୍ଟିଭ୍ କେସ୍ ର ବିବରଣୀ ରହିଥିବା ବେଳେ ୬,୫୧୬ଟି ମୃତ୍ୟୁ ତାଲିକାଭୁକ୍ତ ଅନ୍ତଭୃକ୍ତ ହୋଇଛି ।

ଆମେରିକାରେ ୩, ୨୪୪ଟି କନଫର୍ମ କେସ୍ ରହିଥିବା ବେଳେ ଏହି ନଭେଲ୍ କୋଭିଡ୍ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି ।

କରୋନା ସମ୍ପର୍କିତ ଏହି ନୂତନ ୱେବ ପୋର୍ଟାଲ ସମ୍ପର୍କରେ ମାଇକ୍ରୋସଫର ବିଙ୍ଗ୍ ଗ୍ରୋଥ୍ ଏଣ୍ଡ ଡିଷ୍ଟ୍ରିବ୍ୟୁସନ ଜେନେରାଲ୍ ମ୍ୟାନେଜର୍ ମାଇକେଲ ଶେଚର୍ ସୂଚନା ଦେଇ କହିଛନ୍ତି ଯେ, “ମାଇକ୍ରୋସଫ୍ଟର ଅନେକ କର୍ମଚାରୀ ଘରୁ ପ୍ରାୟ ସପ୍ତାହ ବ୍ୟାପୀ ଏହି କରୋନା ଟ୍ରାକିଂ ୱେବସାଇଟଟିକୁ ନିର୍ମାଣ କରିଛନ୍ତି ।”

Leave A Reply

Your email address will not be published.