Latest Odisha News

BREAKING NEWS

ଧୋନୀ ଓ ଡିଭିଲିୟର୍ସଙ୍କ ପାଇଁ ବାଧକ ସାଜିଲା କରୋନାଭାଇରସ୍ !

ମୁମ୍ବାଇ: କ୍ରିକେଟ୍ ଦୁନିଆର ଅଭିନ୍ନ ଅଙ୍ଗ ଫଟାଫଟ୍ କ୍ରିକେଟ ଫର୍ମାଟ ଆଇପିଏଲ୍ । ହେଲେ ଚଳିତବର୍ଷ କରୋନାଭାଇରସ୍ ଅନେକ କ୍ରିକେଟରଙ୍କ ସ୍ୱପ୍ନକୁ ଝାପ୍ସା କରିଦେଇଛି । କରୋନା ମହାମାରୀର ତାଣ୍ଡବକୁ ଦେଖି ଏହି ପ୍ରତିଯୋଗୀତାକୁ ଏପ୍ରିଲ୍ ୧୫ ପର୍ମ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଏଥର ଆଇପିଏଲ୍ ରେ ଦୁଇ ନାମୀ ପ୍ଲେୟାର ନିଜ କ୍ୟାରିୟରର ପୁନଃରୁଦ୍ଧାର କରିବାକୁ ଯୋଜନା କରିଥିଲେ । ଏହି ତାଲିକାରେ ପ୍ରଥମେ ରହିଥିଲେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଏମ.ଏସ୍ ଧୋନୀ । ଜୁଲାଇ ୨୦୧୯ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଧୋନୀ ଆଇପିଏଲ ଜରିଆରେ ଜାତୀୟ ଦଳକୁ ଫେରିବାକୁ ଯୋଜନା କରିଥିଲେ । ହେଲେ କରୋନାଭାଇରସ ଏବେ ତାଙ୍କ ରାସ୍ତାର କଣ୍ଟା ସାଜିଛି ।

ଅନ୍ୟପଟେ ମେ’୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟ ଦୁନିଆରୁ ସନ୍ୟାସ ନେଇଥିବା ସାଉଥ ଆଫ୍ରିକା କ୍ରିକେଟର ଏ ବି ଡିଭିଲିୟର୍ସ ବି ଜାତୀୟ ଦଳକୁ ଫେରିବା ଲାଗି ବାଟ ଖୋଜୁଛନ୍ତି ।୨୦୧୯ ଟି୨୦ ବିଶ୍ୱକପରେ ଡିଭିଲିୟର୍ସ ଖେଳିବାକୁ ଚାହିଁଥିଲେ । ହେଲେ ସାଉଥ୍ ଆଫ୍ରିକା ଦଳର ନିୟମ ତାଙ୍କ ପାଇଁ କୋହଳ କରାଯାଇନଥିଲା । ଶେଷରେ ଦକ୍ଷତାକୁ ମାପକାଠି କରି ଡିଭିଲିୟର୍ସ ପୁଣିଥରେ ଜାତୀୟ ଦଳକୁ ଫେରିବାକୁ ଚେଷ୍ଟା କରୁଛନ୍ତି । ଏପରିକି କୋଚ୍ ମାର୍କ ବାଉଚର ବି ତାଙ୍କୁ ଦଳରେ ଦେଖିବାକୁ ଚାହୁଁଛନ୍ତି । ଏପରି ସ୍ଥିତିରେ ଡିଭିଲିୟର୍ସଙ୍କ କ୍ୟାରିଅର ଆଇପିଏଲ୍ ଉପରେ ନିର୍ଭର କରୁଥିଲାବେଳେ ଏବେ ସବୁଠୁ ବଡ ପ୍ରଶ୍ନ ଉଠୁଛି ଏ ବର୍ଷ ଆଇପିଅଲ ଆୟୋଜିତ ହେବାର କେତେଦୂର ସମ୍ଭାବନା ରହିଛି ।

Leave A Reply

Your email address will not be published.