Latest Odisha News

BREAKING NEWS

ହଳଦୀଗୁଣ୍ଡରୁ ଭରପୁର ରୋଗ ପ୍ରତିରୋଧକ ଶକ୍ତି ପାଆନ୍ତୁ; କରୋନା ମହାମାରୀ ସହ ଲଢନ୍ତୁ…

ଭୁବନେଶ୍ୱର: ଭାରତୀୟ ଚିକିତ୍ସାଶାସ୍ତ୍ର ଏବଂ ଆୟୁର୍ବେଦରେ ହଳଦୀକୁ ବେଶ୍ ଗୁରତ୍ୱ ଦିଆଯାଇଛି । ସାଧାରଣତଃ ରୋଷେଇରେ ହିଁ ଆମେ ଅଧିକ ଭାବେ ହଳଦୀକୁ ବ୍ୟବହାର କରିଥାଉ । ସମସ୍ତ ଭାରତୀୟ ତରକାରୀରେ ହଳଦୀକୁ ବ୍ୟବହାର କରିଥାଆନ୍ତି । ତେଣୁ ହଳଦୀକୁ ଏକ ପ୍ରଧାନ ମସଲା ଭାବେ ଭାରତୀୟ ଗୁରୁତ୍ୱ ମଧ୍ୟ ପ୍ରଦାନ କରିବାର ଦେଖାଯାଇଥାଏ । କେବଳ ହଳଦୀ ଯେ, ରୋଷେଇ ଘରେ ତରକାରୀ ପ୍ରସ୍ତୁତିରେ ଆବଶ୍ୟକ ହୋଇଥାଏ ତାହାନୁହେଁ, ଏହାକୁ ପଥ୍ୟ ଭାବେ ମଧ୍ୟ ଅଧିକାଂଶ ଭାରତୀୟ ବ୍ୟବହାର କରନ୍ତି । କଞ୍ଚା ହଳଦୀ ଗୁଣ୍ଡ ଘା ଶୁଖାଇବାରେ ସାହାଯ୍ୟ କରିଥାଏ । ହଳଦୀ ଖାଇବା ଦ୍ୱାରା ଜୀବାଣୁ ନାଶ ହେବା ସହିତ କୃମିଜନିତ ରୋଗରୁ ଉପଷମ ମିଳିଥାଏ । ଏହାବ୍ୟତୀତ ଦୈନିକ କିଛିମାତ୍ରାରେ ହଳଦୀଗୁଣ୍ଡ କିମ୍ବା କଞ୍ଚା ହଳଦୀ ସେବନ କରିବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ଏବେ ସମଗ୍ର ବିଶ୍ୱରେ ମାରାତ୍ମକ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି । ଦୀର୍ଘ ୧ମାସ ବିତିଯାଇଥିଲେ ମଧ୍ୟ ଏହି ଭୂତାଣୁ ପ୍ରତିଦିନ ବଢି ବଢି ଚାଲିଛି । ଏହି ଘାତକ କରୋନା ଭୂତାଣୁ ଯୋଗୁଁ ବିଶ୍ୱରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଚାଲିଛି । ସେହିପରି ଭାବେ ଭାରତରେ ମଧ୍ୟ ଏହି ମହାମାରୀ ଯୋଗୁଁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଭାରତରେ ଏହି ସଂକ୍ରମଣ ଇଟାଲୀ, ଚୀନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିନଥିଲେ ମଧ୍ୟ ଏବେ ୨ ପର୍ଯ୍ୟାୟରେ ରହିଛି । ସବୁଠାରୁ ବଡ଼କଥା ହେଲା ଏହି ମହାମାରୀର ଚିକିତ୍ସା ଲାଗି କୌଣସି ଟୀକା ବା ଔଷଧ ଉଦଭାବନ ହୋଇପାରିନାହିଁ । ତେଣୁ ଏହି କରୋନା ଭୂତାଣୁ ସଂକ୍ରମଣରୁ ଆମେ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବା ସହିତ ନିଜ ଶରୀରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ । ତେବେ ଆମେ ଯଦି ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବା ତେବେ ଏହି ଭୂତାଣୁ ଆମ ଶରୀରରେ ସହଜରେ ପ୍ରବେଶ କରିପାରିବ ନାହିଁ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ହେଲେ ଆମେ ହଳଦୀଗୁଣ୍ଡକୁ ସେବନ କରିପାରିବା । କଞ୍ଚା ହଳଦୀଗୁଣ୍ଡ ସେବନ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିବା ସହିତ ଯକୃତ, ଫୁସଫୁସ ତଥା କିଡ଼ନୀର ସୁସ୍ଥତା ବଜାୟ ରଖିଥାଏ ।

Leave A Reply

Your email address will not be published.