Latest Odisha News

BREAKING NEWS

କରୋନା ସହ ମୁକାବିଲା: ଆଇସିୟୁ ଛାଡ଼ିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌

ଲଣ୍ଡନ: କରୋନା ଭୂତାଣୁ ଜନିତ ପରୀକ୍ଷାରେ ପଜିଟିଭ୍ ଚିହ୍ନିତ ହେବାପରେ ସୋମବାର ରାତିରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଜନସନ୍ ଲଣ୍ଡନର ସେଣ୍ଟ୍ ଥୋମାସ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟରେ ୪ ଦିନ ଚିକିତ୍ସିତ ହେବା ପରେ ଗୁରୁବାର ଦିନ ଡିସଚାର୍ଜ ହୋଇଥିବା ନେଇ ଟାଇମ୍ସ ନାଓ ନ୍ୟୁଜ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି ।

୫୫ ବର୍ଷୀୟ ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ ଶରୀର ଦୀର୍ଘ ୧୦ ଦିନ ଧରି ଅସୁସ୍ଥ ରହିବା ଯୋଗୁଁ ସେ କରୋନା ପଜିଟିଭ୍ ଚିହ୍ନିତ ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା ।

ଏବେ ତାଙ୍କୁ ଆଇସିୟୁରୁ ମୁକ୍ତ କରାଯାଇ ସାଧାରଣ ୱାର୍ଡ଼ରେ ରଖାଯାଇ ଚିକିତ୍ସିତ କରାଯାଉଥିବା ସୂଚନା ପ୍ରଦାନ କରିଛନ୍ତି ଡାଉନଷ୍ଟ୍ରିଟ୍ ପ୍ରଶାସନ କର୍ତ୍ତୃପକ୍ଷ । ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଦ୍ରୁତଗତିରେ ଉନ୍ନତି ହେଉଥିବା ଲକ୍ଷ୍ୟ କରାଯିବା ପରେ ୱାର୍ଡ଼ରେ ରଖାଯାଇ ତାଙ୍କୁ ଅଧିକ ନିରୀକ୍ଷଣ କରାଯାଇପାରିବ । ଆଇସିୟୁରେ ରହିଥିବା ବେଳେ ତାଙ୍କୁ ଅକ୍ସିଜେନ ଦିଆଯାଇ ଚିକିତ୍ସା କରାଯାଉଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଛନ୍ତି ।

Leave A Reply

Your email address will not be published.