ଭୁବନେଶ୍ୱର: ଓଡିଶାରେ ଏପର୍ଯ୍ୟନ୍ତ ନୋଭେଲ କରୋନା ଭାଇରସ ମାମଲାର ପଜିଟିଭ ରିପୋର୍ଟ ଆସିନି । ତଥାପି ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।
ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତିି, “ସରକାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଇସୋଲେସ ୱାର୍ଡ ତିଆରି କରିବା ସହିତ ଅନେକ ପଦକ୍ଷେପ ନେଇଛନ୍ତି ।
ରାଜ୍ୟରେ କରୋନା ଭାଇରସ ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେଥିପାଇଁ କେନ୍ଦ୍ର ସରକାର ଓଡିଶାର ଭୁବନେଶ୍ୱର ସ୍ଥିତ ଆଂଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର(ଆରଏମଆରସି)ରେ ଏକ କରୋନା ଭାଇରସ ନମୂନା ପରୀକ୍ଷା ପାଇଁ ସୁବିଧା ପ୍ରଦାନ କରିବାକୁ ସୁନିଶ୍ଚିତ କରିଛନ୍ତି ।”
ଏହା ସହିତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଏକ କରୋନା ପରୀକ୍ଷା କେନ୍ଦ୍ର ସ୍ଥାପନ କରିବାକୁ ଅନୁରୋଧ କରାଯାଇଛି ।