Latest Odisha News

BREAKING NEWS

ଜାପାନରେ ୭ଟି ସ୍ଥାନରେ ଏମରଜେନ୍ସି

ଟୋକିଓ:କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ଶେଷରେ ଜାପାନ ପ୍ରଧାନ ମନ୍ତ୍ରୀ ଶିଞ୍ଜୋ ଆବେ ଟୋକିଓ ଓ ଓସାକା ସମେତ ୭ଟି ଅଂଚଳରେ ଏମରଜେନ୍ସି ଲଗାଇଛନ୍ତି । ଏ ନେଇ ସୋମବାର ସୂଚନା ଦିଆ ଯାଇଥିଲା । ଆବେ କହିଥିଲେ କରୋନା ଯୋଗୁ ଦେଶରେ ଜୀବନ ଏବଂ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି ।

ଅଧିକାରୀ ଏବଂ ସାଂସଦଙ୍କ ଚାପ ଯୋଗୁ ଆବେ ବାଧ୍ୟ ହୋଇ ଏ ଭଳି କଡା ନିଷ୍ପତି ନେଇଥିଲେ । ଅନ୍ୟ ଯେଉଁ ସ୍ଥାନଗୁଡିକରେ ଏମରଜେନ୍ସି ଲଗାଯାଇଛି ସେ ଗୁଡିକ ହେଲା- ସାତାମା, କାଙ୍ଗୱା, ଚୀଭା, ହୟାତୋ ଓ ଫୁକୁଓକା । ଏମରଜେନ୍ସି ଯୋଗୁ କରୋନା ସ୍ଥିତି ସୁଧୁରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଜାପାନରେ ୪୦୦୦ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୦୦ ପାଖା ପାଖି ମୃତ୍ୟୁବରଣ କରି ସାରିଛନ୍ତି ।

Leave A Reply

Your email address will not be published.