Latest Odisha News

BREAKING NEWS

କରୋନା ସଂକ୍ରମଣ: ବାହାରକୁ ବାହାରିଲେ ମୁହଁ ଘୋଡାଇ ରଖିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : କୌଣସି ଲକ୍ଷଣ ଦେଖାଯାଉ ନ ଥିବା କରୋନା ସଂକ୍ରମିତ ରୋଗୀ ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମଣ କରିବାର ସମ୍ଭାବନା ଦୃଷ୍ଟିରୁ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ନିହାତି ଆବଶ୍ୟକ ପଡିଲେ ବାହାରକୁ ବାହାରିବା ସମୟରେ ଅନ୍ତତଃ ପକ୍ଷେ କପଡା ତିଆରି ମାସ୍କ କିମ୍ବା ରୁମାଲରେ ମୁହଁକୁ ଘୋଡାଇ ରଖିବାକୁ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସଭିଙ୍କୁ ଅନୁରୋଧ କରାଯାଇଛି ।

ଏହି ମାସ୍କ ବା ରୁମାଲକୁ ପ୍ରତିଥର ବ୍ୟବହାର କରିବା ପରେ ଭଲଭାବରେ ସଫା କରି ଖରାରେ ଶୁଖାଇବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ଓଡିଶାରେ ଚିହ୍ନଟ ହୋଇଥିବା ୧୫ ଜଣ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଇ ନଥିଲା । ଏହା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମଣ ରୋକିବା ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାପକ ଉଦ୍ୟମ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.