Latest Odisha News

BREAKING NEWS

କୋଭିଡ-୧୯: ଭାରତରେ ୧୬ ମୃତ, ୬୯୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ କରୋନା ଭାଇରସ । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୪ ରେ ପହଞ୍ଚିଛି।

ଗତକାଲି କରୋନା ପ୍ରଭାବରେ ଗୋଟିଏ ଦିନରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ନୂଆ କରି ଆକ୍ରାନ୍ତ ହୋଇଛନ୍ତି । ଭାରତରେ କରୋନା ପ୍ରଭାବରେ ମୋଟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ୱେବସାଇଟରେ ପ୍ରକାଶ । ଏହାସହ ଏପର୍ଯ୍ୟନ୍ତ ୫୦ ଜଣ ଲୋକ ଏହି ମାରାତ୍ମକ ରୋଗରୁ ଉଦ୍ଧାର ମଧ୍ୟ ହୋଇଛି।

ସାରାବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଟପି ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ୨୪୦୦୦ ଟପିଲାଣି ।

ବଢୁଥିବା କରୋନା ଭାଇରସ ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ ଆସନ୍ତା ୨୧ ଦିନ ଯାଏଁ ଭାରତକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଆଜି ଏହି ଲକଡାଉନର ତୃତୀୟ ଦିନ ।

Leave A Reply

Your email address will not be published.