Latest Odisha News

BREAKING NEWS

ଦିଲ୍ଲୀ ଏମ୍ସ କୋଠାରୁ ଡେଇଁ ଜୀବନ ହାରିଲେ କୋଭିଡ୍ ପଜିଟିଭ୍ ସାମ୍ବାଦିକ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ସାମ୍ବାଦିକଙ୍କ ଆତ୍ମହତ୍ୟା । ଦିଲ୍ଲୀ ଏମ୍ସର ଚାରି ମହଲା କୋଠା ଉପରୁ ଡେଇଁ ଜୀବନ ହାରିଛନ୍ତି ଜଣେ ସାମ୍ବାଦିକ । ତାଙ୍କ ନାଁ ତରୁଣ ସିସୋଦିଆ । ବୟସ ୩୭ ବର୍ଷ । ଘର ଦିଲ୍ଲୀର ଭଜନପୁରାରେ । ସେ ଏକ ହିନ୍ଦୀ ପେପରରେ କାର‌୍ୟ୍ୟ କରୁଥିଲେ । ତେବେ ସେ କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି । ତଦନ୍ତ କରୁଛି ପୋଲିସ ।

ନିକଟରେ ତରୁଣ କରୋନା ସଂକ୍ରମିତ ହୋଇଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ଜୁନ୍ ୨୪ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିଲା । ତାଙ୍କୁ ଜେନେରାଲ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯିବାର ଥିଲା ।

ଆଜି ଦିନ ୨ଟା ବେଳେ ହଠାତ୍ ତରୁଣ ତାଙ୍କ ରୁମରୁ ବାହାରକୁ ଦୌଡ଼ିଥିଲେ । ତାଙ୍କ ପଛେ ପଛେ ଆଟେଣ୍ଡାଣ୍ଟ ଯିବା ସହ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ କଥା ନଶୁଣି ହସ୍ପିଟାଲର ଚାରି ମହଲା ଉପରକୁ ଯାଇଥଲେ ତରୁଣ । ଝରକା ଭାଙ୍ଗି କୋଠା ଉପରୁ ତଳକୁ ଡେଇଁ ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ମୃତ ଘୋଷଣା କରିଥିଲେ ଡାକ୍ତର ।

Leave A Reply

Your email address will not be published.