Latest Odisha News

BREAKING NEWS

କୋଭିଡ-୧୯: ଉତ୍ତର-ପୂର୍ବ ଭାରତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ମଣିପୁର: ମଣିପୁରର ଜଣେ ୨୩ ବର୍ଷୀୟା ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ନିକଟରେ ଇଂଲଣ୍ଡରୁ ଫେରିଥିଲେ । ଏହା ଉତ୍ତର-ପୂର୍ବାଞ୍ଚଳ ଭାରତର ପ୍ରଥମ କରୋନା ମାମଲା ।

ପୂର୍ବରୁ ଆସାମର ୪ବର୍ଷର ଝିଅଙ୍କ କରୋନା ରିପୋର୍ଟ ପଜିଟିଭ ଥିବା କୁହାଯାଉଥିଲା । କିନ୍ତୁ ପୁନର୍ବାର ଟେଷ୍ଟ ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।

ସାରା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୦ ଟପିଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୯କୁ ଛୁଇଁଛି । କରୋନାକୁ ନେଇ କଠୋର ହୋଇଛନ୍ତି ସରକାର । ସେଥିପାଇଁ ଏଯାଏଁ ଦେଶର ୫୬୦ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି ।

Leave A Reply

Your email address will not be published.