Latest Odisha News

BREAKING NEWS

ରାଜ୍ୟରେ କରୋନା ସ୍ଥିତି : ବିଜେପି ବନାମ ବିଜେଡି

ଭୁବନେଶ୍ୱର: କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡନ୍ତୁ । ପ୍ରେସମିଟ୍ କରି ଆଜି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ମାତ୍ରାଧିକ ସଂକ୍ରମିତ ରାଜ୍ୟ ଆଜି ନିୟନ୍ତ୍ରଣ ହେବା ରାସ୍ତାରେ ଅଛନ୍ତି ।

କରୋନାର ନିୟନ୍ତ୍ରଣ ଓ ପରିଚାଳନା ତ୍ରୁଟି ଯୋଗୁଁ ଗଂଜାମ ସ୍ଥିତି ଅଣାୟତ୍ତ ସ୍ଥିତିକୁ ଚାଲିଆସିଛିା ତେଣୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି । ଏଥିସହ ଭୃଗୁ ଅଭିଯୋଗ କରିଛନ୍ତି ଯେ, ଗଂଜାମ ଜିଲ୍ଲାରେ ଏଯାଏ ମୌଳିକ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା କ୍ଷେତ୍ରରେ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ହୋଇନାହିଁ । ଏବଂ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଏନେଇ କୌଣସି ପଦକ୍ଷେପ ନେଉନଥିବା ଦୁର୍ଭାଗ୍ୟଜନକ ।

ସେପଟେ ବିଜେପି ଅଭିଯୋଗର ଜବାବ ରଖି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ ବିଜେପି । ଗଂଜାମ ଜିଲ୍ଲାରେ ତିନି ଚାରି ମାସ ଧରି କାମ କରୁଥିବା କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିବା ବଦଳରେ ବିଜେପି ନେତା ମାନେ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଉଛନ୍ତି । ସଫଳ କରୋନା ମୁକାବିଲା ପାଇଁ ଓଡିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି ।

ସେପଟେ ଦେଶରେ ପ୍ରତି ଦୁଇ ଦିନରେ ଲକ୍ଷେ ସଂକ୍ରମିତ ହେଉଛନ୍ତି ଏବଂ ଯେଉଁ ହାରରେ କରୋନା ରୋଗୀ ବଢୁଛନ୍ତି ସେଥିରୁ ବିଶ୍ୱ କରୋନା ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ପହଂଚିବାର ସମ୍ଭାବନା ଉପୁଜିଲାଣି । ଏଭଳି ସ୍ଥିତିରେ ବିଜେପି ନେତା ଗଂଜାମ ଜିଲ୍ଲାରେ କରୋନା ମୁକାବିଲାରେ ଲାଗିଥିବା ଯୋଦ୍ଧାମାନଙ୍କ ପ୍ରତି ତାତ୍ସଲ୍ୟ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

Leave A Reply

Your email address will not be published.