Latest Odisha News

BREAKING NEWS

୨୪ ଘଣ୍ଟାରେ ୧୮,୬୫୩ ଆକ୍ରାନ୍ତ; ଦେଶରେ ସାଢେ ୫ ଲକ୍ଷ ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୮୫,୪୯୩ ରେ ପହଞ୍ଚିଥିବା ବେଳେ ୧୭,୪୦୦ ଜଣଙ୍କର ମୃତ୍ୟୁ ଘଟିଛି ।

ଭାରତରେ ଏପର୍ଯ୍ୟନ୍ତ ୩,୪୭,୯୭୯ ଲୋକ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।

ଗତ ୨୪ ଘଣ୍ଟାରେ ସର୍ବାଧିକ ୧୮,୬୫୩ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫୦୭ ଜଣଙ୍କର ମୃତ୍ୟୁ ଘଟିଛି ।
କେବଳ ମହାରାଷ୍ଟ୍ରରେ ୫ ହଜାର ଟପିଛି ମୃତ୍ୟୁ ସଂଖ୍ୟା। ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ ଓ ଚେନ୍ନାଇ ଭଳି ମହାନଗରରେ ମଧ୍ୟ ସ୍ଥିତି ଉଦବେଗ ଜନକ । ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି ।

Leave A Reply

Your email address will not be published.