Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ଆହତ ଧାୱନଙ୍କ ବଦଳରେ ଖେଳିବେ ରିଷଭ ପନ୍ଥ

ମୁମ୍ବାଇ: ଟିମ ଇଣ୍ଡିଆର ଦୁର୍ଦ୍ଧଶ ଓପନର୍ ଶିଖର ଧାୱନ ଆହତ ହୋଇଥିବା ଯୋଗୁଁ ତାଙ୍କ ବଦଳରେ ରିଷଭ ପନ୍ଥଙ୍କୁ ଦଳରେ ଅନ୍ତଭୃକ୍ତ କରାଯାଇଛି । ଭାରତୀୟ ଦଳ ଗୁରୁବାର ଦିନ ନ୍ୟୁଜିଲାଣ୍ଡକୁ ଭେଟୁଥିବା ବେଳେ ଏହି ମ୍ୟାଚରେ ଧାୱନଙ୍କ ସ୍ଥାନ ନେବେ ରିଷଭ ପନ୍ଥ ବୋଲି ଗଣମାଧ୍ୟମ ସୂତ୍ରୁ ଜଣାପଡ଼ିଛି ।

ରିଷଭ ପନ୍ଥ ବୁଧବାର ଦିନ ଲଣ୍ଡନ ପହଞ୍ଚି ଭାରତୀୟ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେ ସିଧା ଲଣ୍ଡନରେ ପହଞ୍ଚି ଦଳର ଟ୍ରେନିଂରେ ହିଁ ଯୋଗ ଦେବେ ବୋଲି ଖବର ହସ୍ତଗତ ହୋଇଛି । ତେବେ ଗୁରୁବାର ଦିନ ନୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଭାରତୀୟ ଏକାଦଶରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ଇତିମଧ୍ୟରେ, ଭାରତୀୟ ଦଳର ମ୍ୟାନେଜିଂ ଟିମ୍ ଧାୱନ କିପରି ଶିଘ୍ର ଆରୋଗ୍ୟ ଲାଭ କରିପାରିବେ ସେ ନେଇ ଜୋରଦାର ଚିକିତ୍ସାରେ ବ୍ୟସ୍ତ ଅଛନ୍ତି । ତେବେ ଦଳରେ ଖେଳାଳି ବଦଳ ଲାଗି ଦଳର ମ୍ୟାନେଜିଂ କମିଟି ଇଣ୍ଟରନ୍ୟାସନାଲ୍ କ୍ରିକେଟ କାଉନସିଲ ନିକଟରେ ଦା ି କରିଥିଲା ।

ହାତର ବୁଢା ଆଙ୍ଗୁଠି ଭାଙ୍ଗିଥିବା ଯୋଗୁଁ ଧାୱନ ଆରୋଗ୍ୟ ଲାଭ କରିବାକୁ ୨ରୁ ୩ ସପ୍ତାହ ସମୟ ଲାଗିବ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କେଏଲ ରାହୁଲ ରୋହିତ ଶର୍ମାଙ୍କ ସହିତ ପାଳି ଓପନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.