Latest Odisha News

BREAKING NEWS

ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ତୃତୀୟ ଦିନରେ ପଚରାଉଚୁରା ଜାରି ରଖିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଗତ ତିନି ଦିନ ହେଲା ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ଟିମ୍ ଆଦିତ୍ୟ କରିଥିବା ଆଶ୍ରମରେ ପହଞ୍ଚି ଅନ୍ତେବାସୀମାନଙ୍କୁ ସାଢେ ତିନି ଘଣ୍ଟା ପଚରାଉଚୁରା କରିଛି । ଏହା ପରେ ଟିମ୍ ଆଦିତ୍ୟଙ୍କ ଘରକୁ ଯାଇଛି । ସେଠାରେ ପରିବାର ସଦସ୍ୟଙ୍କୁ ପଚରାଉଚୁରା କରୁଛି ।
ଗତକାଲି ମଧ୍ୟ ଟିମ୍ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା ମାଆଙ୍କୁ ପ୍ରାୟ ସାଢେ ଚାରି ଘଣ୍ଟା ପଚରାଉଚୁରା କରିଥିଲା । ଗୁରୁବାର ମଧ୍ୟ ଆଦିତ୍ୟଙ୍କ ସହଯୋଗୀ ପପୁ , ବିକାଶଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚରା ହୋଇଥିଲା । ଏଥି ସହ ମୃତ ଦେହ ମିଳିଥିବା ସ୍ଥାନ ଲିଙ୍ଗରାଜ ଷ୍ଟେସନରେ ବି ଛାନଭିନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ ନିକଟରୁ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ମିଳିଥିଲା । କିନ୍ତୁ ତାହା ହତ୍ୟା କି ଆତ୍ମହତ୍ୟା ତାହା ଆଜି ଯାଏଁ ସ୍ପଷ୍ଟ ହୋଇପାରିନାହିଁ । ତେଣୁ ଏହାର ତଦନ୍ତ ଦାୟିତ୍ୱକୁ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ପୋଲିସ ଡିଜି ।

Leave A Reply

Your email address will not be published.