Latest Odisha News

BREAKING NEWS

ବାତ୍ୟା ଅମ୍ଫାନ: ଗଭୀର ଅବପାତରେ ପରିଣତ ହେଲା, ସାମୁଦ୍ରିକ ଝଡ଼ର ରୂପ ନେବ

ଭୁବନେଶ୍ୱର: ବାତ୍ୟା ଅମ୍ଫାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ  ଅଂଚଳ ରେ ଥିବା ଅବପାତ ଗଭୀର-ଅବପାତ ର ରୂପ ନେଇସାରିଛି |

ଅଧିକ ପଢନ୍ତୁ – ଅମ୍ଫାନ ମୁକାବିଲା: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲା ଯାଜପୁର ଜିଲ୍ଲା ପ୍ରଶାସନ

ଏହା ପାରାଦୀପ ଠାରୁ ଦକ୍ଷିଣ ଦିଗରେ ୧୦୪୦ କିମି ଦୂରତାରେ ରହିଛି | ଶେଷ ୬ ଘଣ୍ଟାରେ ଏହି ଅବପାତ ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଛି | ଆଜି ସନ୍ଧ୍ୟା ସୁଧା ଏହି ଗଭୀର-ଅବପାତ  ଘନୀଭୂତ ହୋଇ ‘ସାମୁଦ୍ରିକ ଝଡ’ର ରୂପ ନେବାର ୨୪ ଘଣ୍ଟା ପରେ ତୀବ୍ର-ସାମୁଦ୍ରିକ ଝଡ଼ ଏବଂ ୧୮ ତାରିଖ ସକାଳ ବେଳା  ଅତି-ତୀବ୍ର- ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି |

ଅଧିକ ପଢନ୍ତୁ: ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଲାଗି ୪ଟି ଜିଲ୍ଲାକୁ ହାଇ ଆଲର୍ଟ !

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ , ଏନଡ଼ିଆରଏଫ ଦଳ ପ୍ରସ୍ତୁତ ରହିଛନ୍ତି । ଏହି ସମସ୍ତ ଟିମଗୁଡ଼ିକୁ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପଠାଇ ଦିଆଯିବ ।

ସେହିପରି ଭାବେ ସରକାରଙ୍କ ପାଖରେ ଏହି ପରିସ୍ଥିତିର ମୁକାବିଲା ଲାକି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମହଜୁଦ ରହିଥିବା ନେଇ ରାଜ୍ୟ ସରକାରଙ୍କ ରିଲିଫ କମିଶନ ସୂଚନା ପ୍ରଦାନ କରିଛନ୍ତି ।

 

Leave A Reply

Your email address will not be published.