Latest Odisha News

BREAKING NEWS

ଅମ୍ଫାନ୍ ପ୍ରଭାବ: ଭଦ୍ରକରେ ବ୍ୟାପକ ଗଛ ଉପୁଡ଼ି ରାସ୍ତା ଅବରୋଧ

ଭଦ୍ରକ: ବାତ୍ୟା ଅମ୍ଫାନର କରାଳ ରୂପ ଦେଖାଇଛି ଭଦ୍ରକ ଜିଲ୍ଲାରେ । ଏହି ଜିଲ୍ଲାର ଅଧିକାଂଶ ସ୍ଥାନରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଭାବେ ଗଛ ଉପୁଡ଼ି ପଡ଼ିଛି ।

ଅଧିକ ପଢନ୍ତୁ: ଅମ୍ଫାନ ପ୍ରଭାବ: ଭଦ୍ରକରେ କାନ୍ଥ ପଡ଼ି ୩ ମାସର ଶିଶୁପୁତ୍ର ମୃତ

ମିଳିଥିବା ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲାର ତିହିଡ଼ି, ଧାମନଗର, ବାସୁଦେବପୁର ଏବଂ ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅମ୍ଫାନ ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ଜିଲ୍ଲାର ଧାମନଗର ଓ ତିହିଡ଼ି ବ୍ଲକର ଅନେକ ସ୍ଥାନରେ ବିରାଟ ଗଛ ଉପୁଡ଼ି ପଡ଼ିଥିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି ।

ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଇଇ ଓ ଆର ଏଣ୍ଡ ବି ଓ ଅଗ୍ନିଶମ ବିଭାଗ ପକ୍ଷରୁ କର୍ମଚାରୀ ମାନେ ରାସ୍ତା ଅବରୋଧ କରୁଥିବା ଗଛ ସବୁକୁ କାଟି ସଫା କରିଛନ୍ତି ।

ଅଧିକ ପଢନ୍ତୁ: ‘ଅମ୍ଫାନ’ ନେଲା ଆଉ ଏକ ମୁଣ୍ଡ, କେନ୍ଦ୍ରାପଡାରେ ଜଣେ ମୃତ

ଅନେକ ସ୍ଥାନରେ ରାସ୍ତା ସଫା କାର୍ଯ୍ୟ ଚାଲୁରହିଛି ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଠାର ରୋଡ଼, ତିହିଡ଼ି ବ୍ଲକର ଭାଟପଡ଼ା ପଞ୍ଚାୟତର ଅନେକ ସ୍ଥାନରେ ଗଛ କଟାଯାଇ ରାସ୍ତା ସଫା କରାଯାଉଛି ।

Leave A Reply

Your email address will not be published.