Latest Odisha News

BREAKING NEWS

ଘୁର୍ଣ୍ଣିବଳୟ ଯୋଗୁଁ ଆଜିଠୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉପକୂଳ ତଥା ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବୁଧବାର ଠାରୁ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଦିନ ପାଞ୍ଚ ଦିନିଆ ୟେଲୋ ୱାର୍ନିଙ୍ଗ ଜାରି କରିଛି।

ଜାତୀୟ ପାଣିପାଗ ଏଜେନ୍ସି ବୁଲେଟିନ୍ ଅନୁଯାୟୀ, ଉତ୍ତର ଉପକୂଳ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ମାର୍ଚ୍ଚ ୨୧ ଯାଏଁ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିବ।

ୟେଲୋ ୱାର୍ନିଙ୍ଗ ଜାରି ହୋଇଥିବା ଜିଲ୍ଲା ଗୁଡିକର ନାମ ନିମ୍ନରେ ଦିଆଗଲା…

ମାର୍ଚ୍ଚ ୧୮
କୋରାପୁଟ, କାଳାହାଣ୍ଡି, ରାୟଗଡା, ନବରଙ୍ଗପୁର, ବଲାଙ୍ଗୀର, ଗଞ୍ଜାମ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ।

ମାର୍ଚ୍ଚ ୧୯
ନୁଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, କାଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଭଦ୍ରକ ।

ମାର୍ଚ୍ଚ ୨୦
ସୁନ୍ଦରଗଡ,କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, କଟକ, ନୟାଗଡ଼ ଏବଂ କାଳାହାଣ୍ଡି।

ମାର୍ଚ୍ଚ ୨୧
ରାୟଗଡା, ଗଜପତି, ଗଞ୍ଜାମ, ଜଗତସିଂପୁର, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ବାଲେଶ୍ଵର, କଟକ ଏବଂ ମୟୂରଭଞ୍ଜ।

Leave A Reply

Your email address will not be published.