Latest Odisha News

BREAKING NEWS

ଦହି ଆଳୁ

ଘରେ ପ୍ରସ୍ତୁତ କରନ୍ତୁ ଦହି ଆଳୁ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ- ୨୫୦ ଗ୍ରାମ ସିଝା ଆଳୁ, ୧ଟି କଞ୍ଚାଲଙ୍କା, ୧୦୦ଗ୍ରାମ ଖଟା ଦହି, ୧ଚାମଚ ଜୀରା, ୧/୪ହେଙ୍ଗୁ, ୩ତେଜପତ୍ର, ଲୁଣ ସ୍ୱାଦ ଅନୁସାରେ, ୧ଚାମଚ ଲଙ୍କାଗୁଣ୍ଡ, ୧/୪ ହଳଦୀ ପାଉଡର, ୨ଚାମଚ ଧନିଆ ପାଉଡର, ଗରମ ମସଲା, ତେଲ, ପାଣି, ସବୁଜ ଧନିଆ ।

ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ଦହିକୁ ପାଣି ମିସାଇ ଭଲ ଭାବରେ ଗୋଳାନ୍ତୁ । ଏବେ ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏଥିରେ ଜିରା ଓ ତେଜପତ୍ର ପକାଇ ଭାଜି ଦିଅନ୍ତୁ । ଏହାପରେ ବାକି ମସଲା ପକାଇ କଞ୍ଚାଲଙ୍କା ମିଶାନ୍ତୁ । ମସଲା ଭଲ ଭାବରେ ଭାଜି ହୋଇ ଗଲା ପରେ ଏଥିରେ ଦହି ପକାଇ ଫେଣ୍ଟି ଦିଅନ୍ତୁ । ଧ୍ୟାନ ଦିଅନ୍ତୁ ଦହି ଯେପରି ଫାଟି ନଯାଏ । ଦହି ଭଲ ଭାବରେ ଘାଣ୍ଟି ହେବା ପରେ ସିଝା ଆଳୁ ପକାଇ ମଧ୍ୟମ ଆଂଚରେ ସିଝାନ୍ତୁ । ପାଖାପାଖି ୫ମିନିଟ୍ ସିଝାଇବା ପରେ ଆପଣଙ୍କ ଦହି ମିଶ୍ରଣ ବହଳିଆ ହୋଇଯିବ । ଏହାପରେ ଗୟାସ ବନ୍ଦ କରି ଓହ୍ଲାଇ ଆଣନ୍ତୁ ଓ ଗରମ ଗରମ ପ୍ଲେଟରେ ପରଷି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଦହି ଆଳୁ ।

Leave A Reply

Your email address will not be published.