Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶି ଫଳ
ତା୧୨-୦୪-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୨ ତାରିଖ ଶୁକ୍ରବାର ମୀନ ୨୯ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର
ବିଛା,ଧନୁଓମୀନ ରାଶିର ଘାତ ବାର
କନ୍ୟା ରାଶି ପୁରୁଷଙ୍କ ବିଛା ରାଶି ମହିଳାଙ୍କ ପାଇଁ ଘାତ ଚନ୍ଦ୍ର
ଆଜି: ତାଳ ଓ ନଡିଆ ଖାଇବା ନିଷେଧ

ମେଷ
ଆଜି କର୍ମକ୍ଷେତ୍ରରେ ଆଶା ନିଶ୍ଚିତ ପୂରଣ ହେବ । ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସମସ୍ୟା ବଢିପାରେ । ସଭାସମିତି ଓ ବାଣିଜ୍ୟ,ବ୍ୟବସାୟ ଯଥାରୀତି ପୂର୍ବବତ୍‌ ଚାଲୁ ରହିବ। ଆର୍ଥିକ ଉନ୍ନତି, ବନ୍ଧୁମିଳନ ପାଇଁ ସୁଯୋଗ ଦେଖାଦେବ ।
ପ୍ରତିକାର:କାଗିଜି ଲେମ୍ବୁଟିଏ ପାଖରେ ରଖନ୍ତୁ

ବୃଷ
କାମର ଚାପ ବଢିବାକୁ ନେଇ କଠୋର ପରିଶ୍ରମଜନିତ ପୀଡା ଅନୁଭବ କରିପାରନ୍ତି। ସକାଳୁ ସକାଳୁ ବ୍ୟସ୍ତତାର ସହ କରିଥିବା ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ମନସ୍ତାପ କରିବେ। ପରିସ୍ଥିତିବଶତଃ ଇଚ୍ଛା ନ ଥାଇ ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଆନୁଷ୍ଠାନିକ କାମରେ ଯୋଗଦେଇ ପାରନ୍ତି।
ପ୍ରତିକାର:ତମଃ ଶିବାୟ ଏହି ମନ୍ତ୍ରକୁ ୨୧ଥର ଜପ କରନ୍ତୁ

ମିଥୁନ
ସ୍ଥଗିତ କାମକୁ ପଡୋଶୀଙ୍କ ସହାୟତାରେ ସମ୍ପନ୍ନ କରିବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଭିତ୍ତିରେ କିମ୍ବା ସହମତିରେ କାମ କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ।
ପ୍ରତିକାର:ଖଣ୍ଡେ ଅଦା ପାଖରେ ରଖନ୍ତୁ

କର୍କଟ
ଆଜିର ଦିନଟି ବହୁତ ଭଲରେ ଅତିବାହିତ ହେବ। ନୂତନ ସମ୍ପର୍କ, ଉଚ୍ଚ ସମ୍ମାନ ପ୍ରାପ୍ତି ମାଧ୍ୟମରେ ଦିନଟି ସ୍ମରଣୀୟ ରହିବ। ନିକଟ ଅତୀତର ସମସ୍ୟାଗୁଡିକର ସମୀକ୍ଷା କରି ତଦନୁଯାୟୀ କାର‌୍ୟ୍ୟପନ୍ଥା ସ୍ଥିର କରିବାକୁ ମନସ୍ଥ କରିପାରନ୍ତି। ନିର୍ମାଣାଧୀନ ଗୃହକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ପ୍ରତିକାର:ସାତଟି ନୀଳ ଅପରାଜିତା ଶନିଙ୍କୁ ଚଢାନ୍ତୁ

ସିଂହ
ସବୁ ଥାଇ ମଧ୍ୟ କିଛି ନ ଥିବା ପରି ନୈରାଶ୍ୟତା ମଧ୍ୟରେ ସମୟ କଟାଇବେ। ଆଜି ଯେମିତି ଚାହୁଁଛନ୍ତିି ଠିକ୍‌ ସେହିଭଳି କାମଗୁଡିକ ସମ୍ପନ୍ନ ହେବାରେ କୌଣସି ସୁବିଧା ଜୁଟି ନ ପାରେ। ସାମାନ୍ୟ ବଚସାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ପାରିବାରିକ ସ୍ଥିତି , ଆର୍ଥିକ ଉନ୍ନତି ପୂର୍ବପରି ବଳବତ୍ତର ରହିବ।
ପ୍ରତିକାର:ସୂର‌୍ୟ୍ୟଙ୍କୁ ଗୁଡ ପାଣିରେ ଅର୍ଘ୍ୟ ଦିଅନ୍ତୁ

କନ୍ୟା
ପରିବାରରେ ରହିଆସିଥିବା ସମସ୍ୟାଜନିତ ଅଶାନ୍ତି ସମାଧାନ ହୋଇ ଯିବ । ଚେଷ୍ଟା କରୁଥିବା କାମ ସକାଶେ ଆନୁଷଙ୍ଗିକ ସୁବିଧା ସୁଯୋଗ ସହକର୍ମୀଙ୍କ ଠାରୁ ପାଇପାରିବେ। ସାହିତ୍ୟ, କଳା ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତ
ହେବେ ।
ପ୍ରତିକାର:ପିତାମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

ତୁଳା
ପାରିବାରିକ ଜୀବନ ସୁଖପ୍ରଦାନ କରିବ । କର୍ମକ୍ଷେତ୍ରରେ ସାମୟିକ ବିଚଳିତ ଅନୁଭବ କରିବେ। ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ।
ପ୍ରତିକାର:ଲକ୍ଷ୍ମୀଙ୍କର ଦଶ ନାମକୁ ଦଶଥର ଜପ କରନ୍ତୁ

ବିଛା
ଆଜି ଆପଣଙ୍କ ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିବା ସହ ଆଶା ଓ ଅଭିଳାଷ ପୂରଣ ହେବ। ପୂର୍ବ ସ୍ଥିରୀକୃତ ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ଅବଶ୍ୟ ସଫଳ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସାମୂହିକ ସମସ୍ୟାର ସରଳ ସମାଧାନ କରି ପରୋକ୍ଷ ଭାବରେ ପ୍ରଶଂସିତ ହେବେ।
ପ୍ରତିକାର:ବିଷ୍ଣୁ ମନ୍ଦିରରେ ଘୃତ ଦୀପଟିଏ ଜାଳନ୍ତୁ

ଧନୁ
ସନ୍ଦେହ ଓ ଭୁଲ୍‌ ବୁଝାମଣା ଜନିତ କୌଣସି ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସାଂସ୍କୃତିକ ଉତ୍ସବ ନିମନ୍ତେ ଅନୁରୋଧପତ୍ର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ବ୍ୟବସାୟରୁ ଲାଭବାନ ହେବେ। କୌଣସି ଶୁଭଖବର ପାଇଁ ମନ ଆନନ୍ଦିତ ହେବେ ।
ପ୍ରତିକାର:ମା ମଙ୍ଗଳାଙ୍କ ପାଖରେ ସାତଟି ଲାଲ ମନ୍ଦାର ଚଢାନ୍ତୁ

ମକର
ଯାତ୍ରା ସମୟରେ ସତର୍କତା ଅଭାବରୁ ଆଘାତ ଲାଗିବାର ସୂଚନା ରହିଛି।
କୌଣସି ଅଜଣା ଲୋକ ଦ୍ୱାରା ତର୍କବିତର୍କ କିମ୍ବା ହଇରାଣ ହରକତ ହେବାକୁ ପଡିପାରେ। ବ୍ୟବସାୟିକ ଦୃଷ୍ଟିକୋଣରୁ କିମ୍ବା ନୂତନ କର୍ମାରମ୍ଭ ସକାଶେ ଦିନଟି ବହୁତ ଭଲ।
ପ୍ରତିକାର:ଗଣେଶଙ୍କୁ ସାତଟି ଦୁବଘାସ ଚଢାନ୍ତୁ

କୁମ୍ଭ
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ଯୁକ୍ତିତର୍କ କରି ପରିଶେଷରେ ଅପଦସ୍ଥ କିମ୍ବା ଅସମ୍ମାନିତ ହୋଇପାରନ୍ତି। ପାରିବାରିକ ସ୍ତରରେ ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧି ପାଇବ ।
ପ୍ରତିକାର:କଳା ବିରି ଦୁବଘାସ ଗାଈକୁ ଖାଇ ବାକୁ ଦିଅନ୍ତୁ

ମୀନ
କୌଣସି ନୂତନ କାର‌୍ୟ୍ୟରେ ହାତ ଦେବାକୁ ସ୍ଥିର କରିବେ। ସାମାଜିକ ସ୍ତରରେ ଗଠନମୂଳକ କାର‌୍ୟ୍ୟର ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ନୀରବ ରୁହନ୍ତୁ।
ପ୍ରତିକାର:ଜଗନ୍ନାଥଙ୍କୁ ତୁଳସୀ ଚନ୍ଦନ ଅର୍ପଣ କରନ୍ତୁ

Leave A Reply

Your email address will not be published.