Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୨-୦୫-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମଇ  ମାସ ତା ୨୨ ରିଖ ଶୁକ୍ରବାର  ବୃଷ ୯ ଦିନ  ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଅମାବାସ୍ଯା ତିଥି  କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ସକାଳ ୭ଟା ୪୦ ପର୍ଯ୍ୟନ୍ତ ଏହା ପରେ କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଭୋଗ ହେବ 
ଘାତ ବାର- ବିଛା ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର: ବିଛା ରାଶି ପୁରୁଷଙ୍କର
 ଆଜି:  ମତ୍ସ୍ଯ ମାଂସ  ଖାଇବା ନିଷେଧ
ମେଷ-
ବିଭିନ୍ନ ପ୍ରତିକୂଳ କାମକୁ ନେଇ ମନରେ ଆଶା ଆଶଙ୍କା ଦେଖା ଦେବ ।  ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ମତପାର୍ଥକ୍ୟ ଆଶଙ୍କା ରହିଛି । ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ସତର୍କତା ଅଭାବରୁ ହାତମୁଠାରୁ ସୁ୍‌ଯୋଗ ଖସିଯିବାର ଆଶଙ୍କା ରହିଛି।
ବୃଷ-
କୌଣସି ବନ୍ଧୁଙ୍କ ପରୋକ୍ଷ ବିରୋଧ ଆପଣଙ୍କ କାମରେ ସମସ୍ୟା ସୃଷ୍ଟି କରିପାରେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶକ୍ରମେ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଚେଷ୍ଟା କରୁଥିବା କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।
ମିଥୁନ-
ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଈପ୍‌ସିତ କାର୍ଯ୍ୟ ହାସଲ ସକାଶେ ପର ଉପରେ ନିର୍ଭର କରିବାକୁ ପଡ଼ିପାରେ।   ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି।   ଅଟକି ରହିଥିବା ଘରକାମ ସକାଶେ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି।
କର୍କଟ-
ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କାମ କରିପାରିବେ । ଅଧସ୍ତନ କର୍ମଚାରୀ, ପରିବାରରେ ଭାଇ କିମ୍ବା ନିଜ ପରିସରର ବନ୍ଧୁମାନଙ୍କ କାମରେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ଅବଶ୍ୟ ମାଲିମକଦ୍ଦମା, ସଭାସମିତି, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ ।
ସିଂହ-
 ଖୁସିର ବାତାବରଣ ମଧ୍ୟରେ ଦିନଟିକୁ କଟାଇବାର ପରିବେଶ ସୃଷ୍ଟି କରିବେ। ପଡ଼ୋଶି କିମ୍ବା କୌଣସି ବାନ୍ଧବୀଙ୍କ ପ୍ରଶଂସାସୂଚକ କଥାବାର୍ତ୍ତାରେ ଖୁସି ଅନୁଭବ କରିବେ। ପୂର୍ବରୁ ପ୍ରସ୍ତୁତି ନ ଥାଇ ମଧ୍ୟ ଯଥେଷ୍ଟ କିଛି ବ୍ୟୟ କରିବାକୁ ବାଧ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
କନ୍ୟା-
ଅଭିଳଷିତ କାମ ହାସଲ କରିବାରେ ପ୍ରତ୍ୟକ୍ଷ ସମସ୍ୟା ନ ଥିଲେ ମଧ୍ୟ ପରୋକ୍ଷ ଅସୁବିଧା ଅନୁଭବ କରିପାରନ୍ତି। ଏଣେ କର୍ମକ୍ଷେତ୍ରରେ ବାରମ୍ବାର ଧୋକା ଖାଇ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ । ନିଜର ବିଶ୍ୱସ୍ତ ବନ୍ଧୁମାନେ ମଧ୍ୟ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ । ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଭଲ ହେବ ।
ତୁଳା-
ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା କର୍ମକ୍ଷେତ୍ରରେ ସ୍ଥଗିତ କାମ ଆଜି ପାଇଁ ଚିନ୍ତାର କାରଣ ହେବ । ଯୁକ୍ତିତର୍କଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ପଡ଼ୋଶୀଙ୍କ ସହାୟତାରେ ତଥାପି ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ଧାର ସୂତ୍ରରେ ଅର୍ଥ ପାଇବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ବିଛା-
 ସାମାଜିକ ସ୍ତରରେ ସୁନାମ ଅର୍ଜନ କରିବେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ସଙ୍ଗଲାଭ କିମ୍ବା ଆନୁଷ୍ଠାନିକ କାମ ଅଥବା ସଭାସମିତିରେ ସମ୍ମାନିତ ହୋଇପାରନ୍ତି । ଆଜି ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ବିନା ବାଧାବିଘ୍ନରେ ସମାପନ ହୋଇପାରିବ ।  ପାରିବାରିକ ଅସ୍ଥିରତା କାରଣରୁ ସାୟାହ୍ନେ ମନ ଭଲ ରହି ନ ପାରେ ।
ଧନୁ-
 ଅସାଧ୍ୟ ସାଧନ ଦିଗରେ ଅନୁପ୍ରେରିତ କରାଇପାରନ୍ତି। ସତ୍ୟ ଭାଷଣଜନିତ ଅନ୍ୟମାନଙ୍କର ଚକ୍ଷୁଶିଳ ହେବା ଆଶଙ୍କା ରହିଛି । ଆକସ୍ମିକ ଭାବରେ ଦୂରଯାତ୍ରା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିପାରେ । କୌଣସି ଆଗନ୍ତୁକଙ୍କ ସହ ତର୍କ କାରଣରୁ ସକାଳୁ ସକାଳୁ ମନଟା ବିଗିଡ଼ିଯିବା ସୂଚନା ଦେଖାଯାଏ ।
ମକର-
କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇଦେଇପାରେ । ବନ୍ଧୁମାନଙ୍କ କାର୍ଯ୍ୟକଳାପକୁ ନେଇ ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ । ଗତକାଲିଠାରୁ ଚେଷ୍ଟା କରୁଥିବା କାମରେ ଆଜି କେତେକାଂଶରେ ଆଂଶିକ ସଫଳତା ପାଇବେ । କର୍ମକ୍ଷେତ୍ରରେ ସ୍ଥିରତା ଅବ୍ୟାହତ ରହିବା ସହ ବ୍ୟବସାୟିକ କ୍ଷେତ୍ର ଲାଭବାନ ହେବେ ।
କୁମ୍ଭ-
ପ୍ରଶାସନିକ ସ୍ତରରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ବନ୍ଧୁଙ୍କ ସହ ଆଳାପ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ ।   ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଦୂରଯାତ୍ରା, ପରିଭ୍ରମଣ କିମ୍ବା ଦେବାର୍ଚ୍ଚନା ପାଇଁ ମନ ବଳାଇବେ।
ମୀନ-
ଯେତେ ପ୍ରକାର ଚେଷ୍ଟାକଲେ ମଧ୍ୟ ପରିସ୍ଥିତି ନ ବଦଳିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ । ଗୋଟିଏ କାମ ନ ସରୁଣୁ ଏକାଧିକ କାମରେ ହାତଦେବା ଠିକ୍‌ ହେବନାହିଁ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.