Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୦୬-୧୦-୨୦୧୯ ରବିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ୨୦୧୯ ମସିହା ଅକ୍ଟୋବର ତା ୬ରିଖ ରବିବାର ଆଶ୍ବିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର
ଘାତ ବାର:-ମେଷ ରାଶିର
ଘାତ ଚନ୍ଦ୍ର :-ତୁଳା କୁମ୍ଭ ରାଶି ପୁରୁଷ ବୃଷ ମିଥୁନ ମହିଳାଙ୍କର
ଆଜି :-ପୀଠରେ ମହାନବମୀ ମୃଣ୍ମଯୀ ଦେବୀଙ୍କର ମହାଷ୍ଟମୀ
ନିଷେଧ ଖାଦ୍ୟ :-ନଡିଆ ଓ ଲାଉ ଖାଇବା ନିଷେଧ

ମେଷ
ମାନସିକ ଅସ୍ଥିରତା ଲାଗି ରହିବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ଅବସ୍ଥାନ କରିବା ଆପଣଙ୍କ ସକାଶେ କଷ୍ଟକର ହୋଇପାରେ । ଆଜି ଯାତ୍ରା, ବିବାଦ, ଗୃହାରମ୍ଭ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ବୃଷ
କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇ ନ ପାରେ । ସକାଳୁ ସକାଳୁ କିଛି ଘରର କଥା, ପୂର୍ବରୁ ପରିଶୋଧ କରିବାକୁ ଥିବା ଋଣ, ଦୂରଯାତ୍ରା ଓ ବନ୍ଧୁଙ୍କ ସମ୍ପର୍କୀୟ ଦୁଶ୍ଚିନ୍ତାରେ ସମୟ ଅତିବାହିତ ହେବ । କର୍ମକ୍ଷେତ୍ରରେ ସ୍ନେହ, ସହାନୁଭୂତି ଯୋଗୁ ସମସ୍ୟା ଓ ଦୁଃଖକୁ କିୟତ୍‌କ୍ଷଣ ପାଇଁ ଭୁଲି ଯିବେ ।

ମିଥୁନ
ଆର୍ଥିକ ଉନ୍ନତି ହେବା ସହ ସମସ୍ୟା ସମାଧାନ ଓ ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିରେ ସହାୟକ ହୋଇପାରିବ। ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ନିଜର ସହନଶୀଳତା ଗୁଣରୁ ପାରିବାରିକ ଜୀବନ ସୁଖପ୍ରଦ ରହିପାରେ। ବାଣିଜ୍ୟ, ପରିବହନରେ ସାଧାରଣ ସମସ୍ୟା ଦେଖାଦେଇପାରେ ।

କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ସମ୍ମାନର ଅଧିକାରୀ କରାଇବେ । କିନ୍ତୁ ବିଭିନ୍ନ ପ୍ରକାରର ଘାତ ଓ ପ୍ରତିଘାତ ମଧ୍ୟରେ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ଅସୁବିଧା ହେବନାହିଁ ।

ସିଂହ
ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ ଏବଂ ପଦସ୍ଥବ୍ୟକ୍ତି ମାନଙ୍କ ସୌହାର୍ଦ୍ଦ୍ୟ ଲାଭ କରିପାରିବେ। କର୍ମକ୍ଷେତ୍ରରେ ସାମୟିକ ବାଧା ଓ ପ୍ରତିବନ୍ଧକର ସୂଚନା ଦେଖାଦେଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

କନ୍ୟା
ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କ କଥା ଠିକ୍‌ ଭାବେ ବୁଝି ପାରିବେନି । ସହକର୍ମୀମାନଙ୍କ ଖାମଖିଆଲ କାର୍ଯ୍ୟପଦ୍ଧତି ଫଳରେ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଆଜି କିଛି ନୂତନ ଖବର ପାଇବାର ସୁଯୋଗ ଜୁଟଯିବ । ଗୃହ, ଭୂମି, ଯାନ ବାହନ ସମ୍ପର୍କୀୟ କାମକୁ ପ୍ରାଧାନ୍ୟ ଦେଇପାରନ୍ତି ।

ତୁଳା
କୌଣସି ବ୍ୟକ୍ତିଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଯେତେ ଭଲ କାମ କଲେ କ’ଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହେବେ । ଆଜିର ଯାତ୍ରା, ବ୍ୟବସାୟ, ବିବାଦୀୟ ପରିସ୍ଥିତିରେ ଅସୁବିଧା ରହିବନାହିଁ ।

ବିଛା
ଆଶା କରିଥିବା ଅର୍ଥ ସାମାନ୍ୟ ବିଳମ୍ବରେ ପାଇବେ । ପରୋକ୍ଷ ଶତ୍ରୁତା କାରଣରୁ ଯୋଜନା ଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ । ଘରେ ବନ୍ଧୁ ମିଳନ ଓ ଖୁସୀର ଆସର ଜମିପାରେ । ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ ।

ଧନୁ
ଅନ୍ୟମନସ୍କ କାରଣରୁ କିମ୍ବା ପକେଟମାର ଜନିତ ଧନହାନିର ଆଶଙ୍କା ଦେଖାଦେବ । ପୂର୍ବାଷାଢା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ ।

ମକର
ଚେଷ୍ଟା କରୁଥିବା କାମଗୁଡିକ ମଧ୍ୟ ଆଶାନୁରୂପ ହେବା କାରଣରୁ ମନ ଅସନ୍ତୋଷ ରହିପାରେ। ଅତିଥି କିମ୍ବା ବନ୍ଧୁଙ୍କ ମତିଗତି ଓ କାର୍ଯ୍ୟ କଳାପରେ ଆନନ୍ଦିତ ହେବା ବଦଳରେ ଅସନ୍ତୁଷ୍ଟ ରହିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବାର ସୂଚନା ରହିଛି ।

କୁମ୍ଭ
ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ସୁଫଳ ପାଇବେ ।

ମୀନ
କାର୍ଯ୍ୟ ସାଧନ ସକାଶେ ପ୍ରତ୍ୟେକ ଦିଗରୁ ସାହାଯ୍ୟ, ସହଯୋଗର ମିଳିବ । ବ୍ୟବସାୟ,ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ । ବ୍ୟବସାୟ ପ୍ରତିଷ୍ଠାନ, ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିହେବ ।

Leave A Reply

Your email address will not be published.