Latest Odisha News

ବଦଳିଲା ପାରଳା ଇତିହାସ; ରାଜଗାଦି ସମ୍ଭାଳିଲେ କଲ୍ୟାଣୀ !

ପାରଳାଖେମୁଣ୍ଡି: ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ମୃତ୍ୟୁପରେ ସିଂହାସନ ଆରୋହଣ କରିଛନ୍ତି ରାଜଜେମା ତଥା ତାଙ୍କ କନ୍ୟା କଲ୍ୟାଣୀ ଗଜପତି ।

ପରିବାର ରିତୀନୀତି ଅନୁଯାୟୀ ବିଧିବଦ୍ଧ ଭାବେ ରାଜ ପୁରୋହିତ ଜଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଛନ୍ତି । ଏହାପରେ ସେ ଏବେ ପାରଳାର ଶାସନ ଭାର ସମ୍ଭାଳିବା ସହ ରାଜ ପରିବାରର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ: ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ

ଭୁବନେଶ୍ୱରରେ ଗତକାଲି ମହାରାଜାଙ୍କର ମୃତ୍ୟୁ ପରେ ତାଙ୍କ ମରଶରୀରକୁ ପାରଳାଖେମୁଣ୍ଡି ରାଜନଅରକୁ ନିଆଯାଇଥିଲା । ସେଠାରେ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରାଯାଇ ସିଂହାସନରେ ବସାଯାଇଥିଲା । ପରେ ନୂଆ ରାଜାଙ୍କ ନିର୍ଦ୍ଦେଶ ପାଇ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ତେବେ ପାରଳା ଇତିହାସରେ କଲ୍ୟାଣୀ ଗଜପତି ଜଣେ ମହିଳା ଭାବେ ପ୍ରଥମଥର ଲାଗି ରାଜ ସିଂହାସନ ଆରୋହଣ କରିଛନ୍ତି ।

Leave A Reply

Your email address will not be published.