Latest Odisha News

BREAKING NEWS

ବାରବାଟୀରେ ଭାରତ- ୱେଷ୍ଟଇଣ୍ଡିଜ ମ୍ୟାଚ: ପ୍ରସ୍ତୁତି ସମୀକ୍ଷା କଲେ ଡିସିପି

କଟକ: ଡିସେମ୍ବର ମାସ ୨୨ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରର ହେବାକୁ ଯାଉଛି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କଟକ ଡିସିପି ଓ ଓସିଏ କର୍ତ୍ତୃପକ୍ଷ ।

ଓସିଏ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କଟକ ଡିସିପି ପୁରା ପ୍ରସ୍ତୁତି ଓ ଷ୍ଟାଡିୟମ୍ ଭିତରେ ଏବଂ ବାହାରେ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବିଶେଷ କରି ଖେଳାଳିମାନେ ଷ୍ଟାଡିୟମକୁ ଆସିବା ରୁଟ୍ ର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏହାସହ ଖେଳାଳିମାନେ ୧୪ ନମ୍ବର ଗେଟ୍ ଦେଇ ଷ୍ଟାଡିୟମକୁ ପ୍ରବେଶ କରିବାକୁ ଥିବାରୁ ସେହି ଗେଟ୍ ର ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଡିସିପି କହିଛନ୍ତି ।

ଆଗାମୀ ୧୫ ଦିନ ଭିତରେ ସରିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

ସେହିପରି ଷ୍ଟାଡିୟମ୍ ଭିତରେ ପିଇବା ପାଣି ଓ ଶୌଚାଳୟର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଡିସିପି ଓସିଏ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ବାରବାଟୀ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହାସହ ଦର୍ଶକମାନଙ୍କ ପାଇଁ ପର୍ଯ୍ୟାପ୍ତ ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା କରିବା ପାଇଁ ଡିସିପି ଓସିଏ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ଆସନ୍ତା ୫ ତାରିଖରୁ ବାରବାଟୀ ଦିନିକିଆ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ହେବ ବୋଲି ଜଣାପଡିଛି । ୧୯ ତାରିଖରେ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । ଚଳିତ ଥର ଟିକେଟ୍ ଦାମ ସହ ଜିଏସଟି ଲାଗୁଥିବାରୁ ଟିକେଟ୍ ରେଟ୍ ସାମାନ୍ୟ ଅଧିକ ରହିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.