Latest Odisha News

BREAKING NEWS

ଡିସେମ୍ବର ୩୧ ତାରିଖ ଯାଏଁ ମିଳିପାରିବ ପ୍ରଦୂଷଣ ପ୍ରମାଣପତ୍ର

ଭୁବନେଶ୍ୱର: ପୂର୍ବରୁ ଘୋଷଣା ହୋଇଥିବା ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରି ରାଜ୍ୟ ସରକାର ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ଜନସାଧାରଣ ପାଇପାରିବେ ବୋଲି ଆଜି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଆଜିର ଏହି ଘୋଷଣା ଅନୁଯାୟୀ, ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ଯାନବାହନଗୁଡ଼ିକର ପ୍ରଦୂଷଣ ପ୍ରମାଣପତ୍ର ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଜନସାଧାରଣ ପାଇପାରିବେ ।

ଏକ ବିଜ୍ଞପ୍ତିରେ ପ୍ରକାଶିତ ସୂଚନାନୁଯାୟୀ, ରାଜ୍ୟରେ ବିଭାଗ ପକ୍ଷରୁ ପଯ୍ୟାପ୍ତ ପରିମାଣର ପ୍ରଦୂଷଣ ଟେଷ୍ଟିଂ କେନ୍ଦ୍ର ନଥିବା ଯୋଗୁଁ ଏହିପରି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପୂର୍ବରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ପ୍ରଦୂଷଣ ସାର୍ଟିଫିକେଟ ସଂଗ୍ରହ କରିବାନେଇ ଘୋଷଣା ହୋଇଥିଲା । ଏହି ଘୋଷଣାରେ ଆଜି ପରିବର୍ତ୍ତନ ହୋଇଛି । ଏହାଦ୍ୱାରା ଜନସାଧାରଣ ମଧ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ।

Leave A Reply

Your email address will not be published.