Latest Odisha News

ଆଶ୍ଚର୍ଯ୍ୟ! ୩୦ ହଜାର ଟଙ୍କାର ଆମ୍ବ ଚୋରି ହେବା ପରେ ୮ ଲକ୍ଷ ଟଙ୍କାର ସହାୟତା ମିଳିଲା ଏହି ଫଳ ବ୍ୟବସାୟୀଙ୍କୁ !

ନୂଆଦିଲ୍ଲୀ: ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ କଥାଟି ଏକଦମ ସତ। ଦିଲ୍ଲୀର ଜଣେ ଫଳ ବ୍ୟବସାୟୀଙ୍କର ୩୦ ହଜାର ମୂଲ୍ୟର ଫଳ ଚୋରି ହେବା ପରେ ତାଙ୍କୁ ମିଳିଛି ୮ ଲକ୍ଷ ଟଙ୍କାର ସହାୟତା । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।

ଉତ୍ତର ଦିଲ୍ଲୀ ସ୍ଥିତ ଜଗତପୁରୀର ଫଳ ବିକ୍ରେତା ଫୁଲ୍ ମିଆ (୪୩) ଙ୍କର ଲକଡାଉନ ସମୟରେ ରଖିଥିବା ୩୦ ହଜାର ମୂଲ୍ୟର ଆମ୍ବ ଚୋରି ହୋଇ ଯାଇଥିଲା । ପରେ ଜନସାଧାରଣଙ୍କ ସହାୟତାରୁ ତାଙ୍କୁ ମିଳିଛି ୮ ଲକ୍ଷ ଟଙ୍କା।

ଜାତୀୟ ଗଣମାଧ୍ୟମ ଏନଡି ଟିଭିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରେ ମିଆଙ୍କର ଏହି ଦୁଃଖ ଭରା କାହାଣୀ ଭାଇରାଲ ହେବା ପରେ ମିଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦୦ ରୁ ଅଧିକ ଲୋକ ସହାୟତା ନିମନ୍ତେ ଟଙ୍କା ପଠାଇଥିଲେ।

“ବର୍ତ୍ତମାନ ମୁଁ ମୋ ପିଲାମାନଙ୍କ ସହିତ ଇଦ୍ ପାଳନ କରିପାରିବି। ମାନବିକତା ଏବେବି ଜୀବିତ ଅଛି ବୋଲି ଏହା ଦର୍ଶାଉଥିବା ସେ ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇ କୁ କହିଛନ୍ତି।

ଘଟଣାଟି ଥିଲା ଏହିଭଳି…

ଗୁରୁବାର ସକାଳେ କିଛି ରିକ୍ସା ଚାଳକ ମିଆ ତାଙ୍କୁ ସ୍ଥାନ ଛାଡିବାକୁ କହିଥିଲେ । କୌଣସି ଯୁକ୍ତି ନକରି ମିଆ ନିଜ ଆମ୍ବ ଠେଲା ଛାଡି ପଳାଇ ଆସିଥିଲେ। କିନ୍ତୁ ସେ ଫେରିବା ପରେ ସେ ଦେଖିଲେ ଯେ ୫୦ ରୁ ୧୦୦ ବ୍ୟକ୍ତି ତାଙ୍କ ଆମ୍ବ ଲୁଟ କରୁଛନ୍ତି। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଶୁକ୍ରବାର ଦିନ ମିଆ ଏନେଇ ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ। ଏଥିରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

(ଫୋଟୋ ସୌଜନ୍ୟ: ଏଏନଆଇ)

Leave A Reply

Your email address will not be published.