Latest Odisha News

BREAKING NEWS

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଜ୍ୱର ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ତାଙ୍କର ରାଜୀବଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସା ଚାଲିଛି । ପୂର୍ବରୁ ତାଙ୍କର କରୋନା ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ବାହାରିଥିଲା । ଦ୍ୱିତୀୟ ଥର ଟେଷ୍ଟର ରିପୋର୍ଟ ପଜିଟିଭ୍ ଆସିଛି ।

ସତ୍ୟେନ୍ଦ୍ର ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ, ଶିଳ୍ପ, ପୂର୍ତ୍ତ ଓ ପରିବହନ ବିଭାଗ ଦାୟିତ୍ୱରେ ଅଛନ୍ତି । କୋଭିଡ ପରିସ୍ଥିତି ନିୟନ୍ତ୍ରଣ ନେଇ ଗତ ରବିବାର ଦିନ ଗୃହମନ୍ତ୍ରୀ ଅମିତ ଶାହ କରିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ସେ ଯୋଗ ଦେଇଥିଲେ । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ପୂର୍ବରୁ ଆମ ଆଦମୀ ପାର୍ଟିର ବିଧାୟକ ଅତିସୀ ମରଲେନା, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.