Latest Odisha News

BREAKING NEWS

ଦିଲ୍ଲୀ ରେଳ ଭବନ ଦୁଇ ଦିନ ପାଇଁ ବନ୍ଦ

ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ରହିବ ଦିଲ୍ଲୀ ସ୍ଥିତ ଭାରତୀୟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ଭବନ । କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରିଛି ରେଲଓ୍ୱେ ବୋର୍ଡ । ଏହି ସମୟରେ ରେଳ ଭବନ ପରିସର ଓ ସମସ୍ତ ଅଫିସକୁ ସାନିଟାଇଜ୍ କରାଯିବ ।

ରେଳ ଭବନ ଅଫିସର ଓ କର୍ମଚାରୀ ଦୁଇ ଦିନ ଓ୍ୱାର୍କ ଫ୍ରମ୍ ହୋମ୍ କରିବେ । ଫୋନ୍ କିମ୍ୱା ଅନ୍ୟ ବୈଦୁତିକ ଯୋଗାଯୋଗ ମାଧ୍ୟମରେ ସବୁବେଳେ ଉପଲବ୍ଧ ରହିବେ । ଏନେଇ ରେଲଓ୍ୱେ ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଗତ ଜୁଲାଇ ୯, ୧୦ ଓ ୧୩ ତାରିଖରେ ହୋଇଥିବା ଆଣ୍ଚିଜେନ ଟେଷ୍ଟରେ କର୍ମଚାରୀଙ୍କ କୋଭିଡ ରିପୋର୍ଟ ପଜିଟିଭି ଆସିଥିଲା ।

Leave A Reply

Your email address will not be published.