Latest Odisha News

BREAKING NEWS

ଦିଲ୍ଲୀ ହିଂସା : ତାହିର ହୁସେନକୁ ଝଟକା, ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଓ ଆଇବି ଅଫିସର ଅଙ୍କିତ ଶର୍ମା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତାହିର ହୁସେନଙ୍କୁ ସୋମବାର ଶକ୍ତ ଧକ୍କା ଲାଗିଛି । କାଡକାକୁଡୁମା କୋର୍ଟ ଆମ ଆଦମୀ ପାର୍ଟିର ଏହି ନିଲମ୍ବିତ ପାର୍ଷଦଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ହିଂସାରେ ଗଭୀର ଷଡଯନ୍ତ୍ର ରହିଥିବା ପ୍ରମାଣ ମିଳିଛି । ଏ ସମୟରେ ତାହିରଙ୍କୁ ଜାମିନ ଦିଆଯିବ ନାହିଁ । ଅଭିଯୁକ୍ତ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ସିଏଏ ବିରୋଧରେ ମିଥ୍ୟା ତଥ୍ୟ ଦେବା ସହ ଉତେଜିତ କରାଇ ଅଶାନ୍ତି ସୃଷ୍ଟି କରିବାର ଯଥେଷ୍ଟ ପ୍ରମାଣ କୋର୍ଟ ନିକଟରେ ରହିଛି ।

ଦିଲ୍ଲୀରେ ଫେବୃୟାରୀ ୨୪ରେ ଘଟିଥିବା ହିଂସାକାଣ୍ଡରେ ୫୩ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ । ତାହିର ତାର ଛାତ ଉପରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଏକତ୍ର କରି ହିଂସାକାଣ୍ଡ ସୃଷ୍ଟି କରିଥିଲା ।

Leave A Reply

Your email address will not be published.